Odiapua.com

ଚାନ୍ଦପୁର ବସନ୍ତ ମଂଜରୀ କ୍ରିୟାନୁଷ୍ଠାନ କମିଟିର ତୃତୀୟ ବୈଠକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୮-ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବସନ୍ତ ମଂଜରୀ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସର ନାମରୁ ବସନ୍ତ ମଂଜରୀଙ୍କ ନାମ ଉଛେଦ କରି କୋଭିଡ୍ ହସ୍ପିଟାଲ କରାଯାଇ ଥିବାରୁ ଚାନ୍ଦପୁର ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେଣୁ ବସନ୍ତ ମଂଜରୀ ମିଳିତ କ୍ରିୟାନୁଷ୍ଠାନ କମିଟିର ତୃତୀୟ ବୈଠକ ଚାନ୍ଦପୁରଠାରେ ଅଗଷ୍ଟ ୩୦ ତାରିଖ ୫ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ଯଥା ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ମିଳିତ କ୍ରିୟାନୁଷ୍ଠାନ କମିଟିର ୩ଗୋଟି ମୁଖ୍ୟ ଦାବିକୁ ବିଧାୟକ ସତ୍ୟନାରାୟଣ ପ୍ରଧାନ ସାଦରେ ଗ୍ରହଣ କରିଥିଲେ ଏବଂ କ୍ରିୟାନୁଷ୍ଠାନ କମିଟିକୁ ପ୍ରତିଶୃତି ଦେଇଥିଲେ ଯେ କୋଭିଡ୍ ହସ୍ପିଟାଲ ଚାନ୍ଦପୁରକୁ ବସନ୍ତ ମଂଜରୀ କୋଭିଡ୍ ହସ୍ପିଟାଲ ଚାନ୍ଦପୁର କରାଯିବ, ସାଧାରଣ ରୋଗୀଙ୍କ ପାଇଁ ବନ୍ଦ ହୋଇଥିବା ଆଉଟ୍ ଡୋର କାଲିଠାରୁ କାର୍ଯ୍ୟକରିବ । ବସନ୍ତ ମଂଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସକୁ କୋଭିଡ୍ ହସ୍ପିଟାଲ ଭାବରେ ୩ମାସ ପାଇଁ ସମ୍ ହସ୍ପିଟାଲ ସାଙ୍ଗରେ ଯେଉଁ ଏମ୍ ଓ ୟୁ ସ୍ୱାକ୍ଷର କରାଯାଇଅଛି ତାହା ୩ମାସରୁ ଅଧିକ ସମୟ ପାଇଁ ବର୍ଦ୍ଧିତ କରାଯିବ ନାହିଁ । ଏହି ବୈଠକରେ ଚାନ୍ଦପୁର, ରଣପୁର ଅଂଚଳର ବହୁ ଅନୁଷ୍ଠାନ ର କର୍ମକର୍ତ୍ତା ଯୋଗ ଦେଇଥିଲେ ।