Odiapua.com

ଚାନ୍ଦପୁର ପୋଲିସ ଦ୍ୱାରା ଠକେଇ ଅଭିଯୁକ୍ତ ଅଦାଲତ ଚାଲାଣ

ନୟାଗଡ଼ ୦୮/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ଚାନ୍ଦପୁର ପୋଲିସ ଦ୍ୱାରା ମେ ୮ ତାରିଖ ଅପରାହ୍ନରେ ଜଣେ ଠକେଇ ଅଭିଯୁକ୍ତଙ୍କୁ ରଣପୁର ଅଦାଲତକୁ ଚାଲାଣ ହୋଇଥିବା ଜଣାପଡ଼ିଛି। ଜିରିପଡା ଗ୍ରାମର ବଳିଆ ସ୍ୱାଇଁ ଠକେଇ ସର୍ମ୍ପକରେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଲା ପରେ ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଅଭିଯୁକ୍ତକୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଚାନ୍ଦପୁର ଥାନା ରାଇପଡା ଗ୍ରାମର ବିଚିତ୍ର ପଲେଇ।

ଘଟଣାରୁ ପ୍ରକାଶ ବଳିଆ ସ୍ୱାଇଁଙ୍କର ଏକ ଟ୍ରାକ୍ଟରକୁ ପରିବହନ ନିରୀକ୍ଷକ ଓ ପୋଲିସ ମିଳିତ ଚଢାଉ କରି ଜବତ କରିଥିଲେ। ଉକ୍ତ ଟ୍ରାକ୍ଟରକୁ ୩୫ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ଅର୍ଥ ନଦେଇ ଅଭିଯୁକ୍ତ ଅଭିଯୋଗକାରୀ ବଳିଆ ସ୍ୱାଇଁଙ୍କ ଠାରୁ ୧୦ ହଜାର ଟଙ୍କା ରେ ଟ୍ରାକ୍ଟର ବାହାର କରିଦେବେ ବୋଲି ପ୍ରତିଶୃତି ଦେଇ ଠକିଥିବା ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଠାରୁ ୯ ହଜାର ଟଙ୍କା ଜବତ କରି ଅଭିଯୋଗକାରୀକୁ ପ୍ରଦାନ କରିଥିବା ପୋଲିସ ଠାରୁ ସୂଚନା ମିଳିଛି।