Odiapua.com

ଚାନ୍ଦପୁର ପୋଲିସ୍ ଦ୍ୱାରା ଚୋରା ବନ୍ଧୁକ କାରଖାନା ଉପରେ ଚଢାଉ

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ନୟଗଡ ଜିଲ୍ଲା ଚାନ୍ଦପୁର ଅଂଚଳରୁ ଚୋରା ଦେଶୀ ବନ୍ଧୁକ ତିଆରି ହେଉଥିବା ଖବର ଆସୁଥିଲା  । ଚାନ୍ଦପୁର ଥାନା ତରଫରୁ ବନ୍ଧୁକ ତିଆରି ଉପରେ ନଜର ରଖାଯାଇଥିଲା  । ଗତ ମେ ୨ ତାରିଖ ରାତ୍ରରେ ଏକ ବାଇକ୍ ଦୁର୍ଘଟଣାରୁ ଉଚ୍ଚ ବାଚ ସହ ବନ୍ଧୁକ ଉଠାଇବା ଘଟଣା ଦ୍ୱାରା ପୋଲିସ୍‌କୁ ସୁରାକ୍ ମିଳି ଯାଇଥିଲା ।

ଚାନ୍ଦପୁର ଥାନା ପୋଲିସ୍ ଇନିସ୍ ପେକ୍ଟର୍ ରଶ୍ମି ରଂଜନ ଦାସ ସୁରାକ୍ ପାଇ ସଦଳବଳେ କନ୍ଧ ନୟାଗଡ ଛକ ଠାରେ ଥିବା ଏକ ଗ୍ରୀଲ୍ ଦୋକାନରେ ଚଢାଉ କରିଥିଲେ । ଚଢାଉ ସମୟରେ ଏକ ଦେଶୀ ବଂଧୁକ ସହ ବନ୍ଧୁକ ତିଆରି ହେଉଥିବା ଯନ୍ତ୍ରପାତି ଜବତ କରିବା ସହ କନ୍ଧ ନୟାଗଡ ଗ୍ରାମର କାର୍ତ୍ତିକ ମହାରଣାଙ୍କ ପୁଅ ଜଗଦିଶ୍ ମହାରଣା ଓରଫ୍  ଚେରେଇ କୁ ବନ୍ଧୁକ ତିଆରି ଅଭିଯୋଗରେ ଗିରଫ୍ କରିଥିବା ଜଣା ପଡିଛି । ନିର୍ମାଣ ହେଉଥିବା ବନ୍ଧୁକ ଗୁଡିକୁ କେଉଁଆଡେ ବିକ୍ରୟ କରାଯାଉଥିଲା ସେ ବିଷୟରେ ଅଧିକ ତଦନ୍ତ ଚାଲିଛି ।