Odiapua.com

 ଚାନ୍ଦପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଙ୍କ ମନମାନି ଯୋଗୁଁ ପଞ୍ଚାୟତ ଅଚଳ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୫/୦୬ – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳ ପଞ୍ଚାୟତ କାର୍ଯ୍ୟାନିର୍ବାହୀ ଅଧିକାରୀ ମାନଙ୍କ ମନମାନି ଅବହେଳା ଯୋଗୁଁ ପଞ୍ଚାୟତ ଗୁଡିକ ରେ କାର୍ଯ୍ୟ ଆଗେଇ ପାରୁନାହିଁ । ତା ସାଙ୍ଗକୁ ରଣପୁର ୩୭ ଗୋଟି ଗ୍ରାମପଞ୍ଚାୟତ କୁ ନେଇ  ରଣପୁର ବ୍ଲକ ଗଠିତ । ପ୍ରତି ଗ୍ରାମପଞ୍ଚାୟତ ରେ ଜଣେ ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରହିବାର ନିୟମ ରହିଛି । କିନ୍ତୁ ରଣପୁର ବ୍ଲକ ରେ ୨୮ ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ଅଛନ୍ତି । ୩୭ ଗୋଟି ଗ୍ରାମ ପଞ୍ଚାୟତ ରୁ ୨୮ ଜଣ କାର୍ଯ୍ୟନିର୍ବାହୀ ରହିବା ଯୋଗୁଁ ଜଣେ ଜଣେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଦୁଇ ଦୁଇ ଗୋଟି ଗ୍ରାମ ପଞ୍ଚାୟତ ଦାଇତ୍ୱ ଦିଆଯାଇଅଛି । ଯାହାଫଳ ରେ ଦାଇତ୍ୱ ନେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସଠିକ୍ ଭାବରେ କାର୍ଯ୍ୟ ତୁଲାଇ ପାରୁନାହାଁନ୍ତି । କେବଳ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ , ଖାଦ୍ୟ ସୁରକ୍ଷା ଆଇନ ରେ ଖାଦ୍ୟ ବଣ୍ଟନ କାର୍ଯ୍ୟ ସିମିତ ରହୁଅଛି । ସେଥିରୁ ବାଦ  ପଡିନି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଗ୍ରାମପଞ୍ଚାୟତ । ଚାନ୍ଦପୁର ଗ୍ରାମପଞ୍ଚାୟତ ରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାକର ନାୟକ ଙ୍କର ୨୦୨୧ ମସିହା ମେ ପହିଲା ରୁ ବଦଳି ହୋଇ ତାଙ୍କ ସ୍ଥାନରେ ଗଙ୍ଗାଧର ପ୍ରଧାନ ଙ୍କୁ ନିଯୁକ୍ତି ଦିଆଯାଇଅଛି ।

ଗଙ୍ଗାଧର ପ୍ରଧାନ ଚାନ୍ଦପୁର ଗ୍ରାମପଞ୍ଚାୟତ ରେ ଜଏନ କରିଥିଲେ ମଧ୍ୟ ତାଙ୍କୁ ପୂର୍ବର୍ତନ କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମପଞ୍ଚାୟତ ର କାଗଜ ପତ୍ର , ହିସାବ ପତ୍ର ଠିକ୍ ନଥିବାରୁ କାର୍ଯ୍ୟଭାର ଦେଉନାହାଁନ୍ତି । ଯାହାଫଳ ରେ ପଞ୍ଚାୟତ ର ଅଧିବାସୀ ମାନେ ଗ୍ରାମପଞ୍ଚାୟତ କୁ ଆସିଲେ ସେମାନଙ୍କ କାର୍ଯ୍ୟ ହେଉନାହିଁ ବୋଲି ଅଭିଯୋଗ କରୁଛନ୍ତି । ଏ ସର୍ମ୍ପକେ ରଣପୁର ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ ଙ୍କୁ ପଚାରିବାରେ କୁହନ୍ତି ଯେ କେବେ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ବଦଳି ହୋଇଥିଲା ତାହା ମୁଁ ଜାଣିନାହିଁ । ପାଚାରି ବୁଝିଲେ କହିବି । ସାଧାରଣରେ ପ୍ରଶ୍ନ ଉଠୁଛି ଗ୍ରାମପଞ୍ଚାୟତ ଅଧିକାରୀ ପଞ୍ଚାୟତ ଗୁଡିକରେ କାର୍ଯ୍ୟଧାରା ରେ କେତେ ଅଭିଜ୍ଞ । ନୂଆ ପଞ୍ଚାୟତ କାର୍ଯ୍ୟନିର୍ବାହୀ  ଅଧିକାରୀ ଙ୍କୁ କାର୍ଯ୍ୟଭାର ଦେବା ପାଇଁ ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି ।