Odiapua.com

ଚାନ୍ଦପୁର ଥାନା ବୁଝୁନି…………. ନ୍ୟାୟ ଅପେକ୍ଷାରେ ଶ୍ରୀମତୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)/୧୧/୦୩-ରାଜ୍ୟ ସରକାର ପୋଲିସ୍ ସେବାକୁ ଉନ୍ନତ କରିବା ପାଇଁ ୫ଞ ମୋ ସରକାର ଆଦି ବିଭିନ୍ନ ଯୋଜନା କରିଛନ୍ତି । ହେଲେ ପୋଲିସ୍ ବାବୁମାନଙ୍କର ଖାମଖିଆଲି ମନବୃତ୍ତି ଯୋଗୁଁ ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ । ପୀଡିତାମାନେ ନ୍ୟାୟ ଅପେକ୍ଷାରେ ବସି ରହିଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନାରେ । ଗତ ଫେବୃୟାରୀ ୨୮ ତାରିଖ ଦିନ ସେହି ଚାନ୍ଦପୁର ଥାନା ସରଂକ୍ଷିତ ଜଙ୍ଗଲଘେରା ଗାଁ ଜାମୁଗଣ୍ଡର ଶ୍ରୀମତୀ ନାୟକ(୧୯) ଓ ତାଙ୍କ ମା ଶୁକାନ୍ତି ନାୟକ( ଭିନ୍ନକ୍ଷମ ମହିଳା) ତାଙ୍କ ବାପା ତ୍ରିନାଥ ନାୟକଙ୍କୁ ଠିକାଦାର ହତ୍ୟା କରିଥିବା ସନ୍ଦେହ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାର ବାର ଦିନ ବିତିଯାଇଥିଲେ ମଧ୍ୟ ଚାନ୍ଦପୁର ଥାନା ପୋଲିସ୍ ଏକ ଷ୍ଟେସନ୍ ଡାଏରୀ ଋଜୁ କରି ଚୁପ୍ ଚାପ୍ ବସିଛି । ନ୍ୟାୟ ଅପେକ୍ଷାରେ ଝିଅ ଶ୍ରୀମତୀ ନାୟକ ଓ ମା ଶୁକାନ୍ତି ନାୟକ କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଲାଣି । ଘରେ ଚୁଲି ଅଜଳା ।

ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ୨୩ ତାରିଖରେ ଜାମୁଗଣ୍ଡର ତ୍ରିନାଥ ନାୟକଙ୍କୁ ମାସିକ ୧୦ ହଜାର ଟଙ୍କା ପାରିଶ୍ରମିକ ଦେବାକୁ କହି ବାଣପୁର ଥାନା କିଆଗୋରଡା ଗ୍ରାମର ନନ୍ଦିଆ ବେହେରା ଚେନ୍ନାଇକୁ ଶ୍ରମିକ ଭାବରେ ଘରୁ ଡାକି ନେଇଥିଲା । ସେହିଦିନଠାରୁ ତ୍ରିନାଥ ନାୟକ ଘରକୁ ଟଙ୍କା ପଠାଉନି କି ଘରକୁ ଫେରୁନି । ତେଣୁ ଝିଅ ଶ୍ରୀମତୀ ନାୟକ ବାଣପୁର କିଆଗୋରଡା ଗ୍ରାମକୁ ଯାଇ ନନ୍ଦିଆ ବେହେରାକୁ ପଚାରିବାରେ ସେ କହୁଛି ତୁମ ବାପା କେଉଁଆଡେ ପଳାଇଯାଇଛି ମୋତେ କୁହନି । ଘରୁ ଡାକିନେଇଥିବା ଠିକାଦାରର ଏହିଭଳି କାର‌୍ୟ୍ୟକଳାପରେ ସନ୍ଦେହ ପ୍ରକଟ କରି ତ୍ରିନାଥକୁ ଜୀବନରେ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଶ୍ରୀମତୀଙ୍କ କହିବା ଅନୁଯାୟୀ ପୋଲିସ୍ ଠିକାଦାର ନନ୍ଦିଆ ବେହେରାକୁ ଏପର‌୍ୟ୍ୟନ୍ତ ପଚରା ଉଚୁରା କରିନାହିଁ କି ଥାନାକୁ ଡାକିନାହିଁ । ନ୍ୟାୟ ଅପେକ୍ଷାରେ ପରିବାର ଜାମୁଗଣ୍ଡରେ ପଡି ରହିଛନ୍ତି । ଏ ସମ୍ପର୍କେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟରଙ୍କୁ ରେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ । ଏସ.ଡି.ପି.ଓ ଶରଣକୁଳ ଏସ୍‌.ଟପୋଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବାରେ କୁହନ୍ତି ଯେ ଦୁଇଦିନ ଭିତରେ ଚାନ୍ଦପୁର ଥାନାକୁ ଯାଇ ମୁଁ ଘଟଣାର ଅନୁସନ୍ଧାନ କରିବି ।