Odiapua.com

ଚାନ୍ଦପୁର ଥାନା ଦ୍ୱାରା ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ୨ ଗିରଫ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୮-ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିର୍ଦ୍ଧାଥ କଟାରିଆ  ନୟାଗଡ ଜିଲ୍ଲା ରୁ ଗଞ୍ଜେଇ , ବ୍ରାଉନ୍ ସୁଗାର , ଚୋରା ମଦ  କାରବାର ବନ୍ଦ କରିବା ପାଇଁ ଜିଲ୍ଲାର ସମସ୍ତ ଥାନା ମାନଙ୍କୁ ନିର୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦେଶ ଅନୁଯାଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଚୋରା ଗଞ୍ଜେଇ ଚାଲାଣ ଉପରେ ଦୀର୍ଘ ୬ ମାସ ହେଲା ନଜର ରଖିଥିଲେ । ଗତ ଅଗଷ୍ଟ ୧୦ ତାରିଖ ବିଳମ୍ବିତ ରାତ୍ର ରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇଥିଲେ ।

ଉପ ନିରୀକ୍ଷକ ଅଞ୍ଜଳି ସା ଅତିରିକ୍ତ ଉପ ନିରୀକ୍ଷକ ରମେଶ ବେହେରା ସହ ରାଇପଡା ଠାରେ ଛକି ରହିଥିଲେ । ଏକ ହୁଣ୍ଡାସିଟି କାର୍ କୁ ଅଟକାଇ ତନଖି କରିବା ସମୟରେ ଏକ କ୍ୟୁଣ୍ଟଲ୍ ଚୋରା ଗଞ୍ଜେଇ ୯୫ ହଜାର ଟଙ୍କା ଜବତ କରିଥିଲେ । ଉକ୍ତ କାର୍ କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ରାଇପଡା ଗ୍ରାମ ର ଅର୍ଜ୍ଜୁନ କୁମାର ଜେନା ଓ ଅନ୍ୟତମ ଅଭିଯୁକ୍ତ ନାମ ପ୍ରକାଶ କରିବାକୁ ପୋଲିସ ମନା କରିଛି । ମୁଖ୍ୟ ଅଭିଯୁକ୍ତ କୁ ଧରିବା ପାଇଁ ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ନିଜେ ତଦନ୍ତ ଦାୟୀତ୍ୱ ନେଇଥିବା ଜଣାପଡିଛି ।