ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୧୧- ସାରା ରାଜ୍ୟରେ ଦିନ କୁ ଦିନ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ପାକିସ୍ଥାନ ଭଳି ଦେଶରେ ବାରମ୍ବାର ଦୁଷ୍କର୍ମକାରୀ ଙ୍କୁ ନମ୍ପୁଷକ କରିବା ଆଇନ କୁ ତର୍ଜମା ଚାଲିଥିବା ବେଳେ ଓଡିଶା ଭଳି ରାଜ୍ୟରେ ନାବାଳିକା କୁ ଦୁଷ୍କର୍ମ ଏକ ନୀନ୍ଦନୀୟ ଘଟଣା । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧନୟାଗଡ ଗ୍ରାମରେ । ଏ ନେଇ ଚାନ୍ଦପୁର ଥାନାରେ ଅଭିଯୋଗ ହେଲା ପରେ ଘଟଣାଟି ଅଂଚଳରେ ଆଲୋଡନ ସୃଷ୍ଟି କରିଛି । କନ୍ଧନୟାଗଡ ଗ୍ରାମର ଏକ ୫ ବର୍ଷର ନାବାଳିକା ଲିଜା ( ଛଦ୍ମନାମ) ନଭେମ୍ବର ୨୪ ତାରିଖ ଅପରାହ୍ନରେ ଗାଁଦାଣ୍ଡରେ ଖେଳୁଥିବା ସମୟରେ ସେହି ଗ୍ରାମର ରମାକାନ୍ତ ଯାଦବ ଓରଫ୍ ଚନା ବେହେରା (୩୦) ନାବାଳିକା କୁ କୁରୁକୁରି ଖାଇବାକୁ ଡାକି ନେଇଥିଲେ ।
ଚନା ବେହେରା ଜଣେ ଅବିବାହିତ ଯୁବକ । ନାବାଳିକାକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲେ । ଏଥିରେ ନାବାଳିକା ଟି ଭୟଭିତ ହୋଇପଡିଥିଲା । ଘରକୁ ଗଲାପରେ ବି ନାବାଳିକା କାହାକୁ କିଛି ପ୍ରକାଶ କରିନଥିଲା । ଯନ୍ତ୍ରଣା କଷ୍ଟ ପାଇବାରୁ ୨୫ ତାରିଖ ଦିନ ନିଜ ମା ଆଗରେ ଘଟଣା ସର୍ମ୍ପକରେ ପ୍ରକାଶ କରିଥିଲା । ଏ ସର୍ମ୍ପକରେ ପରିବାର ତରଫରୁ ଚାନ୍ଦପୁର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇଁ ଚାନ୍ଦପୁର ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କୁ ଖୋଜିଥିଲା । ଅଭିଯୁକ୍ତ ଚନା ବେହେରା ବାହାର ରାଜ୍ୟକୁ ପଳାଇଯିବା ପାଇଁ ଯୋଜନା କରି ଖୋର୍ଦ୍ଧାରେ ବୁଲୁଥିବା ସମୟରେ ଚାନ୍ଦପୁର ପୋଲିସ ତାକୁ ଗିରଫ କରିଥିଲା । ଅଭିଯୁକ୍ତ କୁ ନୟାଗଡ ପୋସ୍କୋ ଅଦାଲତ କୁ ଚାଲାଣ କରିଥିବା ଜଣାପଡିଛି ।