Odiapua.com

ଚାଞ୍ଚଲ୍ୟ – ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର : ତିନିଦିନ ପରେ ସୁନେଇ ଡେମରୁ ମୃତଦେହ ଉଦ୍ଧାର

ବାରିପଦା ୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ମୟୁରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର, ତିନି ଦିନ ଧରି ନିଖୋଜ ଥିବା ଦମ୍ପତିର ମୃତ ଦେହ ଉଦ୍ଧାର। ଦୀର୍ଘ ୬୯ ଘଣ୍ଟା ପରେ ସୋନ ଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତ ଦେହ କୁ ଉଦ୍ଧାର କରିଛି ଓଡ୍ରାଫ ଟିମର ୭ ଜଣିଆ ଟିମ – ଗୁଣିଗାରେଡି ସନ୍ଧେହ ରେ ଦମ୍ପତି ଙ୍କୁ ହତ୍ୟା ପରେ ଅତି ବିଭତ୍ସ ଭାବେ ପଥର ରେ ହାତ ଗୋଡ ବାନ୍ଧି ଡ୍ୟାମ ଭିତରକୁ ଡଙ୍ଗା ସାହାଯ୍ୟରେ ନେଇ ଫୋପାଡ଼ି ଦେଇଥିଲେ। ଗତ ୬ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହି କୁ ଦମ୍ପତି ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ତେବେ ଡ୍ୟାମ ନିକଟରୁ ଦମ୍ପତି ଙ୍କ ଚପଲ, ଚୁଡ଼ି ଓ ରକ୍ତ ଛିଟା ଦେଖି ଅନୁମାନ କରିଥିଲେ ହତ୍ୟାକାରୀ ମାନେ ହତ୍ୟା ପରେ ଏକ ଡଙ୍ଗା ସାହାଯ୍ୟରେ ମୃତ ଦେହକୁ ପଥର ରେ ବାନ୍ଧି ଡ୍ୟାମ କୁ ଫିଙ୍ଗି ଦେଇଥିଲେ। ତେବେ ଦୀର୍ଘ ୬୯ ଘଣ୍ଟା ର ପରିଶ୍ରମ ପରେ ଓଡ୍ରାଫ ଟିମ ଗଭୀର ସୋନ ଡ୍ୟାମ ଭିତରୁ ଦମ୍ପତି ଙ୍କ ମୃତ ଦେହ କୁ ଉଦ୍ଧାର କରିଛି। କିଛି ଦିନ ତଳେ ଗୁଣିଗାରେଡି ସନ୍ଦେହ ରେ ଦମ୍ପତି ଙ୍କୁ ନିଜ ଗାଁ ପାଖରେ ଗ୍ରାମବାସୀ ବାନ୍ଧି ପିଟିଥିଲେ। ତେବେ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସେହି ସିତାରାମସାହି ର ଚମ୍ପାଇ ହୋ। ଘଟଣାର ମୁଖ୍ୟ ଅଭିଯୁକ୍ତ ଙ୍କ ପରିବାର ଲୋକେ କିଛି ଦିନ ଧରି ଅସୁସ୍ଥ ଥିଲେ ଅଭିଯୁକ୍ତ ଏହି ଦୁଇଜଣ ଦମ୍ପତି ଙ୍କ ଗୁଣିଗାରେଡି ପାଇଁ ଅସୁସ୍ଥତା ବଢୁଛି କହି ହତ୍ୟା କରିଛି ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି।