Odiapua.com

ଚାଚତେଇ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଚାରିଗାଁ ଗ୍ରାମର ଅବସରପ୍ରାପ୍ତ ସୈନିକ (ହାବିଲଦାର) ରାଜେନ୍ଦ୍ର ପଣ୍ଡାଙ୍କୁ ଚାଚତେଇ ସମାଜ ସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଗଠନର ସଂଯୋଜକ ଅବସରପ୍ରାପ୍ତ ସୈନିକ ତଥା ଯୋଗଗୁରୁ ଧରଣୀଧର କରଙ୍କ ସଂଯୋଜନାରେ ସଭାପତି ଜୟଦେବ ସାହୁ, ସମ୍ପାଦକ ସୁଦର୍ଶନ ଜେନା, କୋଷାଧ୍ୟକ୍ଷ ସନ୍ତୋଷ ପଣ୍ଡା, ସଭ୍ୟ ସନାତନ ସେଠୀ, ଶ୍ରୀବତ୍ସ କର, ଭୁପେନ୍ଦ୍ର ନାୟକ, ବନମାଳୀ ସାହୁ, ରବିନ୍ଦ୍ର ଜେନା, ରଞ୍ଜନ କୁମାର ସାହୁ, ଜିତେନ୍ଦ୍ର କୁମାର ପଣ୍ଡା, ଭଗବାନ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡା ୧୭ ବର୍ଷ ଧରି ସେନା ବାହିନୀରେ ସେବା କାର୍ଯ୍ୟ ସମ୍ପାଦନ କରି ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ରାଜେନ୍ଦ୍ର ଯୁବ ବର୍ଗଙ୍କୁ ସେନାରେ ସାମିଲ ହୋଇ ଦେଶ ମାତୃକାର ସେବା ପାଇଁ ଆହ୍ୱାନ ଜଣାଇଥିଲେ ।