Odiapua.com

ଚାକିରୀ ନାଁ ରେ ଦୁଷ୍କର୍ମ

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ରାଜଧାନୀରେ ଲଜ୍ଜା । ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । କଟକ ରୋଡର ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତ ଉତ୍ତରପ୍ରଦେଶର ଜୟ କୁମାରଙ୍କୁ ଗିରଫ କରିଛି । ଯୁବତୀଙ୍କ ଘର ଛତିଶଗଡ଼ରେ । ଚାକିରି କରାଇ ଦେବାକୁ କହି ଜୟ କୁମାର ଯୁବତୀ ଜଣଙ୍କୁ ଭୁବନେଶ୍ୱର ଡାକିଥିଲେ । ଏହା ପରେ କଟକ ରୋଡ୍‌ର ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।