Odiapua.com

ଚାକିରୀ ଦେବା ନାଁରେ ଠକେଇ

ପୁରୀ, ୨୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଚାକିରୀ କରାଇଦେବାକୁ କହି ଦମ୍ପତି ଲକ୍ଷାଧିକ ଟଙ୍କା ଠକି ନେଇଥିବା ବଳିଆପଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବଳିଆପଣ୍ଡା ବିଜୟନଗରରେ କେନ୍ଦ୍ରାପଡା ଅଂଚଳର ଅଭିଯୁକ୍ତ ଦମ୍ପତି ଭଡାରେ ରହୁଥିଲେ। ସେମାନେ ସେହି ଅଂଚଳର ପରମାନନ୍ଦ ଓଝାଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ପରମାନନ୍ଦଙ୍କୁ ଚାକିରୀ କରାଇଦେବାକୁ କହି ତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। ପରମାନନ୍ଦ ଚାକିରୀ କରିବା ଆଶାରେ ପର୍ଯ୍ୟାୟକ୍ରମେ ଦମ୍ପତିଙ୍କୁ ୩ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ପ୍ରତିଶ୍ରୁତି ମୁତାବକ ଚାକିରୀ ନହେବାରୁ ଦମ୍ପତି ତାଙ୍କୁ ଠକିଥିବା ଜାଣିପାରି ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।