Odiapua.com

ଚାକିରୀରୁ ବିଦା ହେଲେ ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ର

ଭୁବନେଶ୍ଵର,୧୦/୧୦,(ଓଡ଼ିଆ ପୁଅ ପି ନାଏକ): ଚାକିରୀରୁ ବହିଷ୍କାର ହୋଇଛନ୍ତି ଆଠଗଡ଼ ଡିଏଫଓ ସୁଧାଂଶୁ ଶେଖର ମିଶ୍ର । ନିଜ ସଂପତ୍ତି ର ସଂପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇ ପାରିନଥିବାରୁ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏନେଇ ତାଙ୍କ ବିରୋଧରେ ୨୦୧୬ ମସିହାରେ ଅଭିଯୋଗ ଆସିଥିଲା ।