Odiapua.com

ଚାଉଳ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ୧୬ ନଂ ଜାତୀୟ ରାଜପଥର କହରାପୋଖରୀ ନିକଟ ୪ନଂ କେନାଲ ଉପରେ ଏକ ଚାଉଳ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରାପ୍ତ ସୂଚନା ମୂଳେ ଟିଏନ-୫୨ଡି-୨୧୨୯ ନମ୍ବରର ଟ୍ରକ୍‌ଟି ବାଲେଶ୍ୱର ପଟୁ ଚାଉଳ ବୋଝେଇ କରି କଟକ ଅଭିମୁଖେ ଆସୁଥିଲା । ଦିନ ପ୍ରାୟ ୧୧ ଟା ସମୟରେ ଏହା ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା । ଏଥିରେ ଚାଉଳ ଟ୍ରକ୍‌ର ଡ୍ରାଇଭର ଗୁରୁତର ହୋଇଥିବାର ଜଣାପଡିଛି । ଅଗ୍ନିଶମ ବାହିନୀ ଓ ଧାମନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବାବେଳେ ଥାନା ପକ୍ଷରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି ।