Odiapua.com

ଚାଇଲ୍ଡ ଲାଇନ ଦ୍ୱାରା ଦୋସ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡ଼ା ୧୮ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଚାଇଲ୍ଡ ଲାଇନ ଦ୍ୱାରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ “ଚାଇଲ୍ଡ ଲାଇନସେ ଦୋସ୍ତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚାଇଲ୍ଡ ଲାଇନର ସଂଯୋଜକ ଅଶ୍ୱିନୀ କୁମାର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଓ ଜିଲ୍ଲାପାଳଙ୍କ ନିର୍ଦେଶରେ ଦାୟୀତ୍ୱ ଅପସାରଣ କରାଯାଇଥିବା ପିଓଆଇସି ବାଦଲ ଦାଶ ପ୍ରମୁଖ ଯୋଗଦେଇ ଦୋସ୍ତି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଶିଶୁ ନିର୍ଯ୍ୟାତନା, ଶିଶୁ ଅଧିକାର, ଶିଶୁ ସୁରକ୍ଷା ଏବଂ ଚାଇଲ୍ଡ ଲାଇନ – ୧୦୯୮ ଏକ ୨୪ଘଣ୍ଟିଆ ଜରୁରୀକାଳୀନ ମାଗଣା ଫୋନ କଲ ସେବା ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ୪୦ରୁ ଉର୍ଦ୍ଧ୍ୱ ଶିଶୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତୃତା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ଚାଇଲ୍ଡ ଲାଇନ ଦସ୍ତଖତ ଅଭିଯାନ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନ ସଦସ୍ୟ ଲୋପାମୁଦ୍ରା ବେହେରା, ସ୍ୱାଗତ ସୁଚନ୍ଦନ ସାହୁ, ସ୍ମୃତିରେଖା ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଚାଇଲ୍ଡ ଲାଇନ ପରାମର୍ଶଦାତ୍ରୀ ଲୋପାମୁଦ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।