Odiapua.com

ଚଳିତ ମାସ ୨୩ ଓ ୨୪ ରେ ୪ ମାସ ପାଇଁ ଭତ୍ତା ବଣ୍ଟନ କରାଯିବ 

ଯାଜପୁର୨୧ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସାମାଜିକ ସୁରକ୍ଷା ଯୋଜନାରେ ଜିଲ୍ଲାରେ ବିଭିନ୍ନ ଭତ୍ତା ପାଉଥିବା ୧୯୫୪୨୨ ଜଣଙ୍କୁ  ଆଗାମୀ ୪ ମାସ ପାଇଁ ଚଳିତ ମାସ ୨୩ ଓ ୨୪ ତାରିଖରେ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି ।  କରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଚ୍ଥି ବୋଲି ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି ।  ତେଣୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ବା ବିଧବା ହିତାଧିକାରୀ  ଆଉ ବାରମ୍ୱାର ଭତ୍ତା ନେବାପାଇଁ ଆସିବେ ନାହିଁ, ଅଥଚ ଗହଳିକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଶ୍ରୀ ଦାସ କହିଚ୍ଥନ୍ତି ।