Odiapua.com

ଚଳିତ ମାସ ଶେଷ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ କୋଣାର୍କ ମନ୍ଦିର ବନ୍ଦ

ପୁରୀ ୦୧-୦୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଚଳିତ ମାସ ପାଇଁ ପୁରୀ ଜିଲ୍ଲା ପ୍ରଶାସନ କୋଭିଡ୍ କଟକଣା ବଳବତ୍ତର ରଖିଛି। ପୂର୍ବ ମାସ ଭଳି ବାହାର ଜିଲ୍ଳାରୁ ଶବ ନେଇ ଆସୁଥିବା ଲୋକଙ୍କ ଉପରେ କଟକଣା ଜାରି ରହିବ। ଜିଲ୍ଲା ବାହାର ଲୋକଙ୍କୁ ଜରୁରୀ କାର୍ଯ୍ୟର ପ୍ରମାଣ ନଥିଲେ ପୁରୀକୁ ପ୍ରବେଶ ଅନୁମତି ମିଳିବ ନାହିଁ। ସେହିଭଳି ପର୍ଯ୍ୟଟକଙ୍କ ପାଇଁ ଚଳିତ ମାସ ଶେଷ ପର୍ଯ୍ୟନ୍ତ କୋଣାର୍କ ମନ୍ଦିର ବନ୍ଦ ରହିବ। ଜିଲ୍ଲା ବାହାର ଲୋକଙ୍କୁ ଅନ୍ତିମ ସଂସ୍କାର ପାଇଁ ସ୍ୱର୍ଗଦ୍ୱାର ସ୍ମଶାନ ମନା କରାଯାଇଥିବା ବେଳେ ଆଜି ଓ କାଲି ସାପ୍ତାହିକ ଲକ ଡାଉନ୍ ରହିବ ନାହିଁ। ପ୍ରଥମ ସାପ୍ତାହିକ ଲକ୍‌ଡାଉନ୍ କୋହଳ ବେଳେ ଜନ ମସତିରେ କୋଭିଡ୍ ନିୟମ ଅନୁପାଳନ ଗାଇଡ୍ ଲାଇନ୍ସ କୁ ଲୋକେ ନମାନିଲେ ଆସନ୍ତା ସପ୍ତାହ ଠାରୁ ପୁଣି ଥରେ ପୁର୍ବପରି ସାପ୍ତାହିକ କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ଚେତାବନୀ ଦେଇଛନ୍ତି।