Odiapua.com

ଚଳିତ ବର୍ଷ ଫିକା ପଡିଛି ପ୍ରସିଦ୍ଧ ଗଣେଶ ଉତ୍ସବ : ଖାଁ ଖାଁ ଦିଶୁଛି ପୂଜା ମଣ୍ଡପ ; ସେପଟେ ଏଥର ବଜାରରୁ ମୂର୍ତ୍ତି ନେଇ ଘରେ ପୂଜା କରୁଛନ୍ତି ଲୋକେ।

ବାଲିଗୁଡା, ୨୨/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ପବିତ୍ର ଗଣେଶ ପୂଜା। ହେଲେ ଚଳିତ ବର୍ଷ ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ଟାଉନରେ ଫିକା ପଡିଛି ପ୍ରସିଦ୍ଧ ଗଣେଶ ଉତ୍ସବ। ଏହାକୁ ନେଇ ନିରାଶ ହୋଇଛନ୍ତି ବାଲିଗୁଡା ବାସିନ୍ଦ।। ଚଳିତ ବର୍ଷ କରୋନା କଟକଣା କାରଣରୁ ପୂଜା ମଣ୍ଡପରେ ସାଧାରଣ ଲୋକଙ୍କ ସମାଗମ ରୋକିବାକୁ ପୂଜା ଉପରେ ରୋକ୍ ଲଗାଇଛି ଜିଲ୍ଲା ପ୍ରଶାସନ। ତେଣୁ ପୂଜା ମଣ୍ଡପ ଗୁଡିକ ଚଳିତ ବର୍ଷ ଖାଁ ଖାଁ ଦିଶୁଛି। ସେପଟେ ଏଥର ବଜାରରୁ ମୂର୍ତି ନେଇ ଘରେ ହିଁ ପୂଜା କରିବାକୁ ପ୍ରସ୍ତୁତ ହୋଇଛନ୍ତି ଲୋକେ। ତେବେ ଚଳିତ ବର୍ଷ ବାଲିଗୁଡାରେ ଗଣେଶ ଉତ୍ସବ ଉପରେ ରୋକ୍ ଲାଗି ଥିବାରୁ ମୂର୍ତି କାରିଗରଙ୍କୁ ନିରାଶ କରିଛି।ସବୁଠି ଚାଲିଛି ବିଘ୍ନ ବିନାଶକଙ୍କ ଆରାଧନା। ତେବେ ଚଳିତ ବର୍ଷ କରୋନା କଟକଣା କାରଣରୁ ରାଜ୍ୟରେ ସାର୍ବଜନୀନ ଗଣେଶ ପୂଜା ଉପରେ ରୋକ୍ ଲାଗିଛି। ସମସ୍ତେ ଘରେ ରହି ପ୍ରଭୁ ଗଜାନନଙ୍କ ଆରାଧନା କରୁଛନ୍ତି। ଏପରି ସମୟରେ ଟାଉନ ତଥା ଆଖପାଖ ମନ୍ଦିର ବି ଲାଗୁଛି ଖାଁ ଖାଁ। ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ଗଣେଶଙ୍କ ଆରାଧନା ଘରେ ଘରେ ଆୟୋଜନ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ କିନ୍ତୁ ଭକ୍ତଙ୍କ ସମାଗମ ନାହିଁ।