Odiapua.com

ଚଳିତ ବର୍ଷ ଏଲଇଡି ପରଦାରେ ଧବଳେଶ୍ୱରଙ୍କ ଦର୍ଶନ କରବେ ଶ୍ରଦ୍ଧାଳୁ 

କଟକ : ୩/୧୧ (ଓଡ଼ିଆ ପୁଅ/ ଅଭୟ ଜେନା) ଚଳିତ ବର୍ଷ ଭର୍ଚୁଆଲ ମୋଡ଼ରେ ହେବ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା। ପଞ୍ଚୁକରେ ଝୁଲାପୋଲ ନିକଟରେ ଏଲ୍‌ଇଡି ଟିଭିର ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ଝୁଲାପୋଲ ନିକଟରେ ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ପାଇପାରିବେ। ଏ ସଂକ୍ରାନ୍ତୀୟ ବୈଠକ ପରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଏହି ସୂଚନା ଦେଇଛନ୍ତି। ଝୁଲା ପୋଲ ବିପଦ ଶଙ୍କୁଳ ଥିବାରୁ ଧବଳେଶ୍ୱରରେ ୧୪୪ ଜାରି ହୋଇଛି। ଝୁଲା ପୋଲ ନିକଟରେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସଙ୍ଗେ ସଙ୍ଗେ ମନ୍ଦିର ପୂଜାର୍ଚନା ଏଲ ଇ ଡି ମାଧ୍ୟମରେ ଦେଖିପାଇବେ। ତେବେ ବଡ ଓଷା ପାଇଁ ପ୍ରତିବର୍ଷ ଧବଳେଶ୍ୱର ଯାଉଥିବା ଭକ୍ତଙ୍କ ମଧ୍ୟରେ ଘୋର ନୈରାଶ୍ୟ ଦେଖା ଦେଇଛି। ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଧବଳେଶ୍ଵର ପୀଠ ପରିଦର୍ଶନ କରି ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଏହିନିଷ୍ପତ୍ତି ନେଇଛନ୍ତି।