Odiapua.com

ଚଳିତବର୍ଷ ଜାକଜମକରେ ପାଳନ ହେବ କଟକର ଐତିହାସିକ ବାଲିଯାତ୍ରା

କଟକ, ୧୪/୬ (ଓଡ଼ିଆ ପୁଅ/ ଅଭୟ ଜେନା) ଏଥରେ କଟକରେ ହେବ ଐତିହାସିକ ବାଲିଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ଗଡଗଡ଼ିଆ ମହାନଦୀ ପଠା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା। ଏ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା ପାଇଁ ଯୋଜନା କରାଯାଉଛି। ଆସନ୍ତା ଚାରି ମାସ ଭିତରେ କରୋନା ପରିସ୍ଥିତିରେ ଆହୁରି ସୁଧାର ଆସି ଯାଇଥିବ। ଏଥିପାଇଁ ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ। ଏଥରେ ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ତେବେ ରାଜ୍ୟସ୍ତରୀୟ ମନ୍ୟତ୍ୟ ପାଇଥିବା ବାଲିଯାତ୍ରାକୁ ଜାତୀୟ ମେଳା ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ। ତେବେ ଚଳିତ ଥର ବାଲିଯାତ୍ରାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ DRDA ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ ୭ ଜଣିଆ କମିଟି ଗଠନ କରାଯାଇଛି ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି।