Odiapua.com

ଚଳିତବର୍ଷ ଇଫ୍‌ତାର ପାର୍ଟି ନକରିବା ଲାଗି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‌ ନିଷ୍ପତ୍ତି

ଭୁବନେଶ୍ୱର, ୧/୬ (ଓଡ଼ିଆ ପୁଅ) : ରାଜ୍ୟରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସାଧାରଣଙ୍କ ପବିତ୍ର ରମଜାନ ମାସ ଏବେ ଚାଲିଥିବା ବେଳେ ଏଥିଲାଗି ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ଦଳ ଓ ନେତୃସ୍ଥାନୀୟ ବ୍ୟକ୍ତି ଇଫ୍‌ତାର ପାର୍ଟିର ଆୟୋଜନ କରିଥାନ୍ତି। ଭାଇଚାରା ଅକ୍ଷୂର୍ଣ୍ଣ ରଖିବା ଓ ସମେସ୍ତ ସବୁ ଧର୍ମକୁ ସମ୍ମାନ ଦେବା ‘ଇଫ୍‌ତାର ପାର୍ଟି’ର ମୌଳିକ ବାର୍ତ୍ତା। ଏଭଳି ବାର୍ତ୍ତାକୁ ସମ୍ମାନ ଜଣାଇ ରାଜ୍ୟ ସଂଖ୍ୟାଲଘୁ ସେଲ୍‌, ବିଜୁ ଜନତା ଦଳ ପକ୍ଷରୁ ପ୍ରତିବର୍ଷ ଇଫ୍‌ତାର ପାର୍ଟିର ଆୟୋଜନ କରିଥାଏ। ଚଳିତବର୍ଷ ବାତ୍ୟା ‘ଫନି’ର ପ୍ରଭାବରେ ଉପକୂଳ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ସ୍ଥିତାବସ୍ଥା ଫେରାଇ ଆଣିବାକୁ ଅନେକ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତିବିଶେଷ ରିଲିଫ୍‌ଦେବାକୁ ଅର୍ଥ ପଠାଉଛନ୍ତି। ଏପରି ଦୁଃଖଦ ମୁହୂର୍ତ୍ତରେ ଚଳିତବର୍ଷ ଇଫ୍‌ତାର ପାର୍ଟି ନକରିବା ଲାଗି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‌ ନିଷ୍ପତ୍ତି ନେଇଛି। ଏହି ଇଫ୍‌ତାର ପାର୍ଟିରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଥିଲା, ସେହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ପାଣ୍ଠିକୁ ପ୍ରଦାନ କରାଯିବ ବୋଲି ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲ୍‌ସଭାପତି ମୁନ୍ନା ଖାଁ କହିଛନ୍ତି।