Odiapua.com

ଚର୍ଚ୍ଚିତ କେନ୍ଦୀୟ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ହେଲା ବଦଳି

ଭୁବନେଶ୍ୱର୮ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜଧାନୀ  କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ  ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଆଜି ଖେଳ ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ବର ଆଞ୍ଚଳିକ ଉପକମିସନର ବଦଳି କରିଥିବା ଜଣାପଡିଛି । ଖେଳ ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ଯାଜପୁର ଜିଲ୍‌ଲ୍ଲା ବ୍ୟାସନଗରକୁ ବଦଳି କରାଯାଇଥିବା ସୁଚନା ମିଳିଛିା ସୂଚନାଯୋଗ୍ୟ-ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ- ୩ ପରିସରରେ ଅଯଥାରେ ସମସ୍ତଙ୍କ ସମ୍ମୁଖରେ ପିଇଟି ଶିକ୍ଷୟତ୍ରୀଙ୍କଠାରୁ ମାଡ ଖାଇଥିବା ଛାତ୍ରୀ ସ୍କୁଲର ୩ୟ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନାଲକୋ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।ସେ ଏବେ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ତାଙ୍କ ଦୁଇ ଗୋଡ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି । ଏହି ଖବର ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।ଗତକାଲି ଅଭିଭାବକମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଉପ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପିଇଟି ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକମାନେ ଦାବି କରିଥିଲେ।