Odiapua.com

ଚର୍ଚ୍ଚରେ ଅଗ୍ନିକାଣ୍ଡ ପରେ ଦଳାଚକଟାରେ ୪୧ ଜଣଙ୍କର ମୃତ୍ୟୁ, ଅନେକ ଆହତ

ନୂଆ ଦିଲ୍ଲୀ ୧୪-୮ (ଓଡ଼ିଆ ପୁଅ) : ଇଜିପ୍ଟର ଗିଜାସ୍ଥିତ ଏକ ଚର୍ଚ୍ଚରେ ନିଆଁ ଲାଗିବା ପରେ ଦଳାଚକଟାରେ ଅତି କମରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଚର୍ଚ୍ଚରେ ପ୍ରେୟାର ସମୟରେ ୫, ୦୦୦ ଲୋକ ଏକତ୍ରିତ ହୋଇଥିଲେ। ଏହି ଘଟଣା ଇଜିପ୍ଟର ରାଜଧାନୀ କାଇରୋରେ ହୋଇଛି। ସୂଚନାନୁସାରେ ପରାଥନା ସମୟରେ କେତେକ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁଁ ଚର୍ଚ୍ଚର ବହୁ କ୍ଷତି ହୋଇଛି। ତେବେ ଚର୍ଚ୍ଚରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କିନ୍ତୁ ଅନୁମାନ କରାଯାଉଛି ଯେ, ଏହି ଘଟଣା ପଛରେ ସର୍ଟ ସର୍କିଟ ହୋଇପାରେ। ଚର୍ଚ୍ଚ ଭବନ ପୁରୁଣା ହୋଇଥିବାରୁ ନିଆଁ ଅତି ଶୀଘ୍ର ବ୍ୟାପିଯାଇଥିଲା। ନିଆଁ ଲାଗିବା ପରେ ଚର୍ଚ୍ଚର ଲୋକମାନେ ଦୌଡିବାକୁ ଲାଗିଲେ ଏବଂ ଦଳାଚକଟାରେ ତଥା ଅନେକ ଲୋକଙ୍କର ଶ୍ୱାସରୁଦ୍ଧ କାରଣରୁ ହୋଇ ମୃତ୍ୟୁ ବରଣ କରିଛନ୍ତି।