Odiapua.com

ଚରିତ୍ର ବିହୀନ ବ୍ୟକ୍ତିତ୍ୱ ମୂଲ୍ୟବୋଧହୀନ ତଥା ଅନ୍ତଃସାର ଶୂନ୍ୟ, ଭଦ୍ରକ ମହୋତ୍ସବ ଓ ପୁସ୍ତକମେଳାର ପଞ୍ଚମ ସଂଧ୍ୟା

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯେତେ ସୁଗୁଣର ଅଧିକାରୀ ହୋଇଥିଲେବି ଚରିତ୍ର ବିହୀନ ବ୍ୟକ୍ତିତ୍ୱ ଜଣେ ମୂଲ୍ୟବୋଧହୀନ ତଥା ଅନ୍ତଃସାର ଶୁନ୍ୟ ମଣିଷଭାବେ ସମାଜରେ ପରିଗଣିତ ହୁଏ। ଏଣୁ ଉତ୍ତମ ଚରିତ୍ର ଗଠନ ଦିଗରେ ନୈତିକ ଶିକ୍ଷାର ଭୂମିକା ଅନସ୍ୱୀ କାର୍ଯ୍ୟବୋଲି ଭଦ୍ରକ ସହରର ଗାନ୍ଧି ପଡ଼ିଆଠାରେ ଆୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଞ୍ଚମ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପ୍ରଖ୍ୟାତ ସଂଗ୍ରାମୀ ବିପ୍ଳବୀ ଚକ୍ରଧର ବେହେରାଙ୍କ ସ୍ମୃତିରେ ଉତ୍ସର୍ଗୀତ ଏହି ସାରସ୍ୱତ ସଂଧ୍ୟାରେ ଶିକ୍ଷାବିତ୍ ଡ. ରମାକାନ୍ତ ନାୟକ ପୌରହିତ୍ୟ କରିଥିଲେ ଏବଂ ଚରିତ୍ର ଗଠନରେ ନୈତିକ ଶିକ୍ଷା ଶିର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବେଦବିତ୍ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ନୈତିକ ଶିକ୍ଷାର ଆବଶ୍ୟକ ଉପରେ ମନନଶୀଳ ଆଲୋକପାତ କରିଥିଲେ।

ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କଥାକାର ପବିତ୍ର ପାଣିଗ୍ରାହୀ ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଗୟାଧର ପଣ୍ଡା, ଶିକ୍ଷାବିତ୍ ତଥା ଗାଳ୍ପିକ ଉମାକାନ୍ତ ମିଶ୍ର, ଭଦ୍ରକ ଜିଲ୍ଲା ସମବାୟ ସମିତି ସମୂହର ଉପସହକାରୀ ନିବନ୍ଧକ ତଥା ଗାଳ୍ପିକ ସତ୍ୟପ୍ରକାଶ ସେଠୀ, ଅଧ୍ୟାପିକା ସ୍ୱପ୍ନବାସବଦତ୍ତା ସୂତାର, ସଂଗଠିକା ତଥା କବୟତ୍ରୀ ପ୍ରମିଳା ବଳ, ଭଦ୍ରକ ଜିଲ୍ଲା ଯୁବ ଯାଦକ କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡ଼ା ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମହୋତ୍ସବ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ, ଓଡ଼ିଶା ତେଜ୍ୱସିନୀ ମହିଳା ସଂଗଠନ ସଭାନେତ୍ରୀ କଳ୍ପନା ଜେନା, ଅତିଥି ପରିଚୟ ଓ ସଂଗଠିକା ଉର୍ମିଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦକ ରବିନାରାୟଣ ଖିଲାର, ଆବାହକ ନିହାର ରଂଜନ କର, କୋଷାଧ୍ୟକ୍ଷ ଆଶିଷ ଅମିତାଭ ମହାପାତ୍ର, ଜାନକୀ ପାଢ଼ୀ, ଅଞ୍ଜନା ମିଶ୍ର, ମନୋରମା ରାୟ ସଭାପରିଚାଳନା କରିଥିବାବେଳେ କବୟତ୍ରୀ ଚୈତାଳୀ ଖିଲାର ବେଦପାଠ କରିଥିଲେ ଏବଂ ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି। ଶୁଶ୍ରୀ ରଶ୍ମିତା ସେଠୀ, କଣ୍ଠଶୀଳ୍ପି ଶୁଭସ୍ମିତା ରାଉତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।