Odiapua.com

ଚରମ୍ପା ୫ ନଂ ୱାର୍ଡ ପକ୍ଷରୁ ଇଫତାର ପାର୍ଟି ଅନୁଷ୍ଠିତ

ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରମଜାନ୍ ମାସ ପାଳନ ଅବସରରେ ଭଦ୍ରକ ପୌରାଂଚଳ ଅନ୍ତର୍ଗତ ଚରମ୍ପା ୱାର୍ଡ ନମ୍ବର ୫ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ପାରିଷଦ ଦିଲ୍ଲୀପ ନାୟକ ଙ୍କ ତତ୍ୱାବଧାନରେ ଚରମ୍ପା ଆର.ସି.ବି.ଏଲ. ସ୍କୁଲ ନିକଟରେ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ପୌରାଦ୍ଧକ୍ଷା ଗୁଲମକ୍କି ହବିବ, ବିଜୁ ଜନତା ଦଳର ପୂର୍ବତନ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ବିଜୁ ମହିଳା ଜନତା ଦଳ ର ପୂର୍ବତନ ଜିଲ୍ଲା ସଭାନେତ୍ରୀ ସୁଶ୍ରୀ ବିଦ୍ୟୁତଲତା ନାୟକ, ବରିଷ୍ଠ ନେତା ଆୟୁବ ଖାନ, ଯୁବ ଅଧିବକ୍ତା ପବନ ଶର୍ମା, ପୌରପାଳିକା ୱାର୍ଡ ନମ୍ବର ୨୮ ର ପାରିଷଦ ସାହିଦ ଖାନ, ୱାର୍ଡ ନମ୍ବର ୩ ର ପାରିଷଦ ଖଗେଶ୍ୱର ବାରିକ, ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ପଙ୍କଜ ବଳ, ଯୁବନେତା ସୁବ୍ରତ କୁମାର ଦାସ, ନସିରୁଦ୍ଧିନ ଖାନ ଏବଂ ସ୍ଥାନୀୟ ବରିଷ୍ଠ, ମହିଳା ଓ ଯୁବ ନେତୃବୃନ୍ଦ ପ୍ରମୁଖ ବହୁ ହିନ୍ଦୁ ମୁସଲମାନ ଭାଇ ଓ ଭଉଣୀ ମାନେ ଯୋଗ ଦେଇ ଭାଇଚାରାର କୁ ଉଜ୍ଜୀବିତ କରିଥିଲେ।