Odiapua.com

ଚରମ୍ପା ସ୍କୁଲରୋଡ୍‌ରେ ପେଟ୍ରୋଲ ବୋମା ମାଡ, ପୁଲିସ୍‌ର ତଦନ୍ତ

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ ନେଇ ଦୁଇଜଣ ଯୁବକ ଚରମ୍ପା ଅଂଚଳରେ ୩ଟି ପେଟ୍ରୋଲ ବୋମା ଫିଙ୍ଗିବା ଘଟଣା କୋକୁଆଭୟ ସୃଷ୍ଟି କରିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତକାଲି ରାତିରେ ଭଦ୍ରକ ଚରମ୍ପା ସ୍କୁଲରୋଡ୍ ପୂଜାମଣ୍ଡପ ସମ୍ମୁଖରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲ୍‌ରେ ଆସି ୩ଟି ପେଟ୍ରୋଲ ବୋମା ମାଡ କରିଥିଲେ। ଏହି ଘଟଣାରେ ଯଦିଓ କେହି ମୃତାହତ ହୋଇନାହାଁନ୍ତି, ତେବେ ଖବର ପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ସଦଳବଳେ ଘଟଣାସ୍ଥଳରେ ପହଂଚି ଦୁଇ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।