Odiapua.com

ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ଦୀପାବଳୀ ଆସର

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଦୀପାବଳି ଉତ୍ସବ ଚରମ୍ପା ଜନତା ସେବା କେନ୍ଦ୍ର ସମ୍ମିଳନୀ କକ୍ଷରେ ସଭାପତି ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଦୀପାବଳୀ ଏକ ଗଣପର୍ବ ଓ ଏହା କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷରେ ମହା ସମାରୋହରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ । ଅଜ୍ଞାନ ଉପରେ ଜ୍ଞାନ ଆଲୋକର ପବ ର୍ ଦୀପାବଳୀ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଉପସ୍ଥିତ ବକ୍ତାମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ମଞ୍ଚର ସମ୍ପାଦକ ଉମାକାନ୍ତ ନାୟକ, ଶିକ୍ଷାବିତ୍ ଗଗନ ରାଉତ, ସହସମ୍ପାଦକ ବାବୁଲାଲ ଦାସ, କୁଳମଣି ବେହେରା, ଆଇନଜୀବୀ ଅମିତା ଆଚାର୍ଯ୍ୟ, ଗିରିଧାରୀ ନାଥ, ଜନତା ସେବା କେନ୍ଦ୍ରର ପରିଚାଳକ ବିଶ୍ୱନାଥ ଅଗ୍ର୍ରୱାଲ, ଶ୍ରୀହର୍ଷ ସ୍ୱାଇଁ, ଆପ୍ପା ରାଓ,ନାରଣ ଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ସୂତ୍ରଧର, ପ୍ରଶାନ୍ତ ଚୌଧୁରୀ, ସୁଶାନ୍ତ ନାୟକ, ଜଗନ୍ନାଥ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚାରେ ଅଂଶ ଗ୍ରହଣ କରିଥିଲେ । ସେବା କେନ୍ଦ୍ର ପକ୍ଷରୁ ବିଶ୍ୱନାଥ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମା’ ଭଦ୍ରକାଳୀଙ୍କ କୃପାଭିକ୍ଷା କରିଥିଲେ ।