Odiapua.com

ଚରମ୍ପା ମହାବିଦ୍ୟାଳୟରେ ବୃନ୍ଦାବନ କଳାକେନ୍ଦ୍ରର ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଉଦ୍‌ଘାଟିତ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଚରମ୍ପା ମହାବିଦ୍ୟାଳୟ ପରିସରରେ ମହାନ୍ ଚିନ୍ତକ, ଯୁବ ପ୍ରେରଣାର ପ୍ରତୀକ ତଥା ସମାଜର ଦିଗ୍‌ଦର୍ଶକ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତି ଆଜି ଏକ ଗୌରବମୟ ସମାରୋହରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ବୋଷ ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି। ମହାପୁରୁଷ ବିବେକାନନ୍ଦଙ୍କର ଏହି ପ୍ରତିମୂର୍ତି ଭଦ୍ରକ କଚେରୀ ବଜାର ସ୍ଥିତ ବୃନ୍ଦାବନ କଳାକେନ୍ଦ୍ର ର ସୌଜନ୍ୟରେ ଏବଂ ନିର୍ଦ୍ଦେଶକ ସୌରେଶ ଚନ୍ଦ୍ର ମହାନ୍ତି ଙ୍କ ପ୍ରଚେଷ୍ଟାରେ ମହାବିଦ୍ୟାଳୟରେ ପ୍ରତିଷ୍ଠା କରାଯାଇଅଛି। ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶ, ଯୁବଶକ୍ତି ପ୍ରତି ତାଙ୍କର ଆହ୍ୱାନ, ଶିକ୍ଷା, ଚରିତ୍ର ଗଠନ ଓ ମାନବସେବାର ବାର୍ତାକୁ ଛାତ୍ରଛାତ୍ରୀଙ୍କ ମନରେ ଜାଗ୍ରତ କରିବାରେ ଏହି ପ୍ରତିମୂର୍ତି ଏକ ଅନନ୍ୟ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରକାଶ କରିଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ତଥା ମହାବିଦ୍ୟାଳୟର କର୍ମକର୍ତାମାନେ ସ୍ୱାମୀ ବିବେକାନନ୍ଦଙ୍କର ପ୍ରତିମୂର୍ତି ସ୍ଥାପନ ତାଙ୍କର ମହାନ୍ ଆଦର୍ଶକୁ ଯୁବପିଢ଼ୀ ମଧ୍ୟରେ ପହଂଚାଇବା ରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ କଳାକେନ୍ଦ୍ରର ସହଯୋଗୀ ଅବସରପ୍ରାପ୍ତ ପ୍ରା୍ମାପକ ହେମନ୍ତ କୁମାର ନାୟକ, କର୍ମସସ୍ଥାନ ପ୍ରଶିକ୍ଷକ ଦୀପକ ଦାସ, ସମାଜସେବୀ ରମେଶ ମହାନ୍ତି, ଅଧ୍ୟାପକ ନିରାକାର ନାୟକ, ସନ୍ତୋଷ କୁୁମାର ବେହେରା ଙ୍କ ସମେତ ଚରମ୍ପା ମହାବିଦ୍ୟାଳୟର ଗଣିତ ବିଭାଗର ମୁଖ୍ୟ ପ୍ରାଧ୍ୟାପକ, ଜୟନ୍ତ କୁମାର ନାୟକ, ବାଣିଜ୍ୟ ବିଭାଗର ମୁଖ୍ୟ ଲେଫ୍ଟନେଣ୍ଟଡ଼.ପ୍ରବୀର ମହାପାତ୍ର, ପୂର୍ବତନ ଅଧ୍ୟକ୍ଷ ଡ଼. ପ୍ରମୋଦ ପାଣି, ପୂର୍ବତନ କର୍ମଚାରୀ ଶୁଭେନ୍ଦ୍ର ମହାନ୍ତି, ପରୀକ୍ଷାଗାର ଟେକ୍‌ନିସିଆନ୍ ରମେଶ ଚନ୍ଦ୍ର ଦାସ, ହିସାବରକ୍ଷକ ଉଦ୍ଦବ ଚରଣ ସାହୁ, କଲେଜ୍ ବଡ଼ବାବୁ ସ୍ନେହଲତା ପାଣିଗ୍ରାହୀ ତଥା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଏହି ଗୌରବମୟ ମୂହୁର୍ତକୁ ସଫଳ କରାଇଥିଲେ। କଳାକେନ୍ଦ୍ର ତରଫରୁ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ଣ୍ଣ ସହଯୋଗ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।