ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ର ଚରମ୍ପା ବେଲମଳା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ ଟି ପରିବାରର ୧୦ ବଖରା ଘର ଓ ଲକ୍ଷାଧିକ ଟଙ୍କାର ଧନସଂପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି । ଶୋଇଥିବା ଅବସ୍ଥାରେ ଏହି ଅଗ୍ନିକାଣ୍ଡ ଘଟିଥିବା ବିଷୟ ଜଣାପଡିଛି । ଯାହା ଜଣାଯାଏ ଗତକାଲି ବିଳମ୍ବିତ ରାତିରେ ଏହି ଗ୍ରାମର ଗୌରହରି ବେହେରା, ପ୍ରହ୍ଲାଦ ବେହେରା, ନିର୍ମଳ ବେହେରା ଓ ଦୀନେଶ ବେହେରାଙ୍କ ଘରଲୋକେ ଶୋଇଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ଦେଖି ପରିବାର ଲୋକେ ଘରୁ ବାହାରକୁ ଦୌଡି ପଳାଇଆସି ଜୀବନ ବଂଚାଇଥିଲେ । ପରେ ଅଗ୍ନିଶମ ବାହିନୀର ଦୁଇଟି ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ୫ ଟି ପରିବାରର ଲକ୍ଷାଧିକ ଟଙ୍କାର ଧନସଂପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିଲା । ତେବେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ôଚ କ୍ଷୟକ୍ଷତିର ଆକଳନ କରି ଅଗ୍ନି ବିପନ୍ନଙ୍କୁ ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।