Odiapua.com

ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚରମ୍ପା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମ୍ମିଳନୀ କକ୍ଷରେ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଂଘର ତରଫରୁ ମହାମହିମ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଜନିତ ନିରବ ପ୍ରାର୍ଥନା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ବରିଷ୍ଠ ନାଗରିକମାନଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ମାଧ୍ୟମରେ ଏସବୁର ଆଶୁ ସମାଧାନ ପାଇଁ ଗତ ଅଗଷ୍ଟ ୩୧ ତାରିଖରେ ପତ୍ର ଦ୍ୱାରା ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ, ପୋଷ୍ଟାଲ ସୁପରିନ୍‌ଟେଣ୍ଡେଣ୍ଟ, ବ୍ୟାଙ୍କ ସମୁହର ବରିଷ୍ଠ ଅଧିକାରୀ ଓ ଅଧୀକ୍ଷଣ ଯନ୍ତ୍ରୀ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଛି ବୋଲି ସମ୍ପାଦକ ସଭାରେ ସମସ୍ତ ସଭ୍ୟଙ୍କୁ ଅବଗତ କରିଥିଲେ। କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ ଆୟକର ହିସାବ ଉପସ୍ଥାପନ କରିଥିଲେ। ଆଲୋଚନାରେ ଅଂଶ ଗ୍ରହଣ କରି ଉପଦେଷ୍ଟା ପଦ୍ମଲୋଚନ ମହାଳିକ, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ଯୁଗ୍ମ ସମ୍ପାଦକ କଳାକାର ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ନରେନ୍ଦ୍ର ପଟ୍ଟନାୟକ, ଜଗବନ୍ଧୁ ମହାନ୍ତି, ସୁରେନ୍ଦ୍ର ମଲିକ, ବିଶ୍ୱନାଥ ବେହେରା, ବରିଷ୍ଠ ସଭ୍ୟ ଅଜୟ କୁମାର ପାଢୀ, ରବିନାରାୟଣ ପଣ୍ଡା, ଶଙ୍କର୍ଷଣ ସାହୁ, ଗୋବିନ୍ଦ ଚନ୍ଦ୍ର ପରିଡା, କରୁଣାକର ନାୟକ, ବିନାୟକ ମଲିକ, ଦୀନବନ୍ଧୁ ମହାରଣା, ଅନନ୍ତ ନାୟକ, ବିଜୟ କୁମାର ସେନାପତି, ଉପେନ୍ଦ୍ର ରାଉତ, ଅମରନାଥ ସାହୁ, ପ୍ରଭାକର ମହାନ୍ତି, ସନାତନ ଜେନା ସଂଘ ତରଫରୁ ଚରମ୍ପା ପାଶ୍ୱର୍ବର୍ତ୍ତୀ ଗ୍ରାମରେ ଗରିବ ଲୋକମାନଙ୍କୁ ସାନିଟାଇଜର, ମାସ୍କ, ସାବୁନ ବଣ୍ଟନ କିବା ପାଇଁ ପରାମର୍ଶ ଦେଇଥିଲେ। ସଭାପତି ସମସ୍ତ ବରିଷ୍ଠ ସଭ୍ୟଙ୍କୁ ପରାମର୍ଶ ଦେଇଥିଲେ କି କରୋନା ସମୟରେ ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।