Odiapua.com

ଚରମ୍ପା ବରିଷ୍ଠ ନାଗରିକ ସଂଘର ବନ୍ଧୁ ମିଳନ

ଭଦ୍ରକ, ୮ା୩ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ବାଲ୍ୟ, ଶୈଶବ, ଯୌବନ ପରେ ପଶ୍ଚିମ ଆକାଶର ସୂର୍ଯ୍ୟ ଅସ୍ତମିତ ଭଳି ଆସେ ଜୀବନର ଅପରାହ୍ଣ, ଯାହା ସମଗ୍ର ସାଂସାରିକ ଜଞ୍ଜାଳରୁ ମୁକ୍ତ ହେବା ସଂଗେ ସଂଗେ ସୁଖ, ଦୁଃଖ ପରସ୍ପର ବାଣ୍ଟିବା ପାଇଁ ଖୋଜେ ପୁରୁଣା ସାଙ୍ଗସାଥୀ ଓ ଅବଶିଷ୍ଟ ସମୟତକ ଅତିବାହିତ ନିମିତ୍ତ ସଂଘବଦ୍ଧ ଜୀବନ। ଏହା ନିଚ୍ଛକ ସତ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଥିଲେ। ସଦସ୍ୟ ବିଶ୍ୱନାଥ ଅଗ୍ରୱାଲ ଓ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚରମ୍ପାସ୍ଥ ଅଗ୍ରୱାଲ ଆଣ୍ଡ ବ୍ରଦର୍ସ ରାଇସ୍ ମିଲ ପରିସରରେ ସ୍ଥାୟୀ ସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଏକ ସାଧାରଣ ସଭା ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା। ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ, ସୁଦର୍ଶନ ବିଶ୍ୱାଳ ଆୟବ୍ୟୟ ସମୀକ୍ଷା କରିଥିବା ବେଳେ ମଞ୍ଚାସିନ ଅତିଥି ଭାବେ କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, ଉପଦେଷ୍ଟା ପଦ୍ମଲୋଚନ ମହାଳିକ, ଶରତ ଚନ୍ଦ୍ର ପ୍ରଧାନ, ଜଗବନ୍ଧୁ ମହାନ୍ତି, ପ୍ରାଧ୍ୟାପିକା ବାସନ୍ତୀ ଲତା ନାୟକ, ବିନୋଦ ବାରିକ, ଦୁର୍ଯ୍ୟୋଧନ ମଲ୍ଲିକ, କଳାକାର ମିଶ୍ର, ନରେନ୍ଦ୍ର ପଟ୍ଟନାୟକ, ଦୀନବନ୍ଧୁ ମହାରଣା, ଜଗବନ୍ଧୁ ରାଉତ ସଂଘର ଉନ୍ନତି ନିତ୍ତ୍ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଅନ୍ୟାନ୍ୟ ଆଲୋଚ୍ୟ ବିଷୟ ମଧ୍ୟରେ ବାର୍ଷିକ ଉତ୍ସବ ପାଳନ, ସ୍ୱାସ୍ଥ୍ୟ ଶିବିର।ଆୟୋଜନ, ଶଶରିରୀକ ସୁସ୍ଥତା ନିମିତ୍ତ ଯୋଗ ସାଧନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ସଭ୍ୟ ସଂଗ୍ରହ ଓ ବିଶେଷ କରି ମହିଳାମାନଙ୍କୁ ସଂଘରେ ସାମିଲ କରିବାକୁ ସ୍ଥିର କରାଯାଇଥିଲା। ସଭ୍ୟସଭ୍ୟା ଭାବେ ଦୁର୍ଯ୍ୟୋଦନ ମଲ୍ଲିକ, ସୁଶୀଲ କୁମାର ବିଶ୍ୱାଳ, ବାସନ୍ତୀଲତା ନାୟକ, ଶରତ ଚନ୍ଦ୍ର ଜେନାଙ୍କୁ ସାମିଲ କରାଯାଇଥିଲା। ଶେଷରେ ନରସିଂହ ମିଶ୍ର ଧନ୍ୟବାଦ ଦେଇଥିଲେ।