Odiapua.com

ଚରମ୍ପା ବରିଷ୍ଠ ନାଗରିକ ସଂଘ ତରଫରୁ ବରିଷ୍ଠ ସଦସ୍ୟ ସ୍ୱର୍ଗତ ହରିହର ବେହେରାଙ୍କ ଏକାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭା

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଚରମ୍ପା ବରିଷ୍ଠ ନାଗରିକ ସଂଘର ବରିଷ୍ଠ ସଭ୍ୟ ସ୍ୱର୍ଗତ ହରିହର ବେହେରାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତ ବେହେରାଙ୍କ ଏରେଇଁ ଗ୍ରାମ ସ୍ଥିତ ବାସଗୃହରେ ଅନୁଷ୍ଠିତ ହୋଇ ଯାଇଛି । ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସଂଘର ସମସ୍ତ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ, କୋଷାଧ୍ୟକ୍ଷ ସୁଦର୍ଶନ ବିଶ୍ୱାଳ, କାର୍ଯ୍ୟକାରିଣୀ ସଦସ୍ୟ କ୍ଷିତିଶ ରାଉତ, ନରେନ୍ଦ୍ର ପଟ୍ଟନାୟକ, ବିଶ୍ୱନାଥ ବେହେରା, ରତ୍ନାକର ହାତୀ, ଦୀନବନ୍ଧୁ ମହାରଣା, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ, ବିଜୟ କୁମାର ସେନାପତି, ଅମରନାଥ ସାହୁ, ଅନନ୍ତ ଚରଣ ନାୟକ, ଭାଗିରଥୀ ବେହେରା ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଗୁଣଗାନ କରିଥିଲେ । ଦୀର୍ଘ ୪୦ ବର୍ଷ ପୋଷ୍ଟମାଷ୍ଟର ଭାବେ ବିଭିନ୍ନ ପୋଷ୍ଟ ଅଫିସରେ ନିଷ୍ଠାପର ସେବା ଯୋଗାଇ ସେ ଅବସର ଗ୍ରହଣ କରିଥିଲେ । ସେ ଚରମ୍ପା ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠାତା ସଦସ୍ୟ ଭାବେ ସଂଘର ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ଉପଦେଶ ଦେବା ସହ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ । ଏହାଛଡା ସ୍ଥାନୀୟ ଅଞ୍ଚଳର ଜନହିତକର କାର୍ଯ୍ୟରେ ସେ ନିଜକୁ ନିୟୋଜିତ ରଖିଥିଲେ । ତାଙ୍କର ଭଦ୍ରୋଚିତ ବ୍ୟବହାର ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲା ବୋଲି ବକ୍ତାମାନେ କହିଥିଲେ । ଉକ୍ତ ସଭାରେ ବୀରକିଶୋର ନାୟକ, ମଥୁରା ମୋହନ ନାୟକ, ଉପେନ୍ଦ୍ର ରାଉତ, ଗୋପାଳ ଚନ୍ଦ୍ର ପଣ୍ଡା, ବରଦା ପ୍ରସନ୍ନ ପଣ୍ଡା, ବିନାୟକ ମଲିକ, ନରେନ୍ଦ୍ର ବେହେରା, ଉପେନ୍ଦ୍ର ବେହେରା, ଭୁପେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ବେହେରାଙ୍କ ସାନପୁଅ ସନତ୍ କୁମାର ବେହେରା ସଭାରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକମାନଙ୍କ ଆଶୀର୍ବାଦ ଗ୍ରହଣ କରିବା ସଂଗେ ସଂଗେ ସଭାକାର୍ଯ୍ୟ ସଂଚାଳନ କରିଥିଲେ ।