Odiapua.com

ଚରମ୍ପା ବରିଷ୍ଠ ନାଗରିକ ସଂଘର କର୍ମକର୍ତା ଜିଲ୍ଲାପାଳଙ୍କ ସହ ସାଙ୍ଗଠନିକ ଆଲୋଚନା

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ସମେତ କାର୍ଯ୍ୟକାରୀ ସଭାପତି ବାବୁଲାଲ ଦାସ ଓ ନରସିଂହ ମିଶ୍ର ,କୋଷାଧକ୍ଷ ସୁଦର୍ଶନ ବିଶ୍ୱାଳ, ବରିଷ୍ଠ ସଦସ୍ୟ ବିଜୟ କୁମାର ସେନାପତି,ରତ୍ନାକର ସାମଲ,କାଳନ୍ଦୀ ଚରଣ ପାତ୍ର, ଦୟାନିଧି ପୁହାଣ, ପ୍ରଭାକର ଦାସ, ବିଶ୍ୱନାଥ ବାରିକ, ପିତାମ୍ବର ରାଉତ, ଅରୁଣ ଲଖାନୀ, ଶଶିକାନ୍ତ ପାଢ଼ୀଙ୍କ ଉପସ୍ଥିତରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଉତୋରୀୟ ପୁଷ୍ପଗୁଛ ପ୍ରଦାନ ଅବସରରେ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ତନ୍ମଧ୍ୟରୁ ସଂଘ ସଭାପତି ଶ୍ରୀ ରାଉତ ଜିଲ୍ଲପାଳ ମହୋଦୟଙ୍କୁ ଅବଗତ କଲେକି, ଏରେଇଁ ଗ୍ରାମପଂଚାୟତ ତରଫରୁ ଭଦ୍ରକ ବ୍ଲକ ପ୍ରଶାସନ ଓ ସାଂସଦଙ୍କ ମୋଟ ଦଶ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶୀ ଓ ସଂଘ ସଦସ୍ୟ ମାନଙ୍କର ଦୁଇ ଲକ୍ଷ ଟଙ୍କା ସହଯୋଗ ରାଶୀରେ ସଂଘର ପ୍ରାୟ ଦୁଇଶହ ସଦସ୍ୟ ସଦସ୍ୟା ଓ ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତରେ ଗତ ଜୁନ ମାସରେ ମାନନୀୟ ସାଂସଦ, ବିଧାୟକ, ବି.ଡ଼ି.ଓ. ସହକାରୀ ନିର୍ବାହୀ ଯନ୍ତ୍ରୀ ଭଦ୍ରକଙ୍କ କରକମଳରେ ଉକ୍ତ ପ୍ରକଳ୍ପ ନିର୍ମାଣ କରିବା ସ୍ଥାନରେ ଏକ ଭବ୍ୟ ଭୂମିପୂଜନ କାର୍ଯ୍ୟକ୍ରମ ଓ ସାଧାରଣ ସଭା ନିମନ୍ତ୍ରିତ ବରେଣ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା। ପଥରଆଡ଼ି ଚୂନଟି ରାସ୍ତାପାର୍ଶ୍ୱରେ ସରକାରୀ ସ୍ତରରେ ରାଜସ୍ୱ ବିଭାଗ ଗ୍ରାମ ପଂଚାୟତକୁ ହସ୍ତାନ୍ତର କରିଥିବା ଜମିରେ ଚରମ୍ପା ବରିଷ୍ଠ ନାଗରିକ ସଂଘ କମ୍ୟୁନିଟି ସେଂଟର ପ୍ରକଳ୍ପଟିର ଏସ୍ଟିମେଟ ଓ ଅନ୍ୟାନ କାର୍ଯ୍ୟ ସାରି ବର୍ଷା ଦିନ ପରେ ଉକ୍ତ ପ୍ରକଳ୍ପଟି ନିର୍ମାଣ କରିବାକୁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେବାପାଇଁ ଅନୁରୋଧ କରାଯାଇଥିଲା । ଜିଲ୍ଲାପାଳ ଏରେଇଁ ପଂଚାୟତରେ ବରିଷ୍ଠ ଭବନଟି ସମ୍ମାନର ସହ ଅତିଶୀଘ୍ର ନିର୍ମାଣ କରି ବରିଷ୍ଠଙ୍କ ନିମନ୍ତେ ଉତ୍ସର୍ଗ କରିବାପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେବେ ବୋଲି ଆଲୋଚନା ପୂର୍ବକ ସମସ୍ତ କର୍ମକର୍ତାଙ୍କୁ ଅବଗତ କଲେ । ଜିଲ୍ଳାପାଳଙ୍କ ସକାରାତ୍ମକ ଆଲୋଚନାରେ ସଂଘ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଅତ୍ୟନ୍ତ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଭାଗବତ ଟୁଙ୍ଗି ମାଧ୍ୟମରେ ବରିଷ୍ଠ ଭବନ ନିର୍ମାଣ କରି ଜୀବନର ଶେଷ ସମୟ ଟିକିକ ଭଗବତ ଚର୍ଚ୍ଚା, ଖବରକାଗଜ ପଠନ ଓ ସକାଳ ସନ୍ଧ୍ୟାରେ ଯୋଗ ପ୍ରାଣାୟାମ କରିବା ସହ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ପାଇଁ ଉକ୍ତ ବରିଷ୍ଠ ଭବନ ଟି ଉପଯୁକ୍ତ ମାଧ୍ୟମ ହୋଇପାରିବ।