ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା ଅଧିନସ୍ଥ ଚରମ୍ପା ୩ ନମ୍ବର ୱାର୍ଡ ଗୁଣ୍ଠୁଣିଆ ବଜାର ନିକଟରେ ଘଟିଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ସହରାଂଚଳ ଥାନା ପୁଲିସ୍ ବାଲେଶ୍ୱର ଜିଲା ସୋରରୁ ଦୀର୍ଘ ୩ ମାସ ପରେ ଗିରଫ କରିଛି। ଏଠାରେ ସୂଚନାଯୋଗ୍ୟ ପୂର୍ବ ଶତ୍ରୁତାକୁ ନେଇ ୪ ଜଣ ଦୃର୍ବୁତ ଗୁଣ୍ଠୁରିଆ ରେଲ୍ୱେ କଲୋନୀ ଅଂଚଳର ଜଣେ ଭଲ ଯୁବ କ୍ରିକେଟର ସି କୁମାର ସ୍ୱାମୀଙ୍କୁ ରାତି ପ୍ରାୟ ୧୨ ଟା ସମୟରେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ନିଜେ ସରଜମିନ୍ ତଦନ୍ତ କରିଥିଲେ। ଏବଂ ତାଙ୍କ ନିର୍ଦ୍ଦେଶରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ତଦନ୍ତ ଆରମ୍ଭ କରି ୩ ଜଣଙ୍କୁ ଗିରଫ କରିଥିଲେ। ମାତ୍ର ମୁଖ୍ୟ ଅଭିଯୁକ୍ତ ବିଶ୍ୱନାଥ ଧଡା ଫେରାର ରହିଥିଲା।