ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସ୍ଥିତ ହୋଟେଲ ସଗୁନ ସମ୍ମିଳନୀ କକ୍ଷରେ ଲେଖକ ସାମ୍ମୁଖ୍ୟ ପକ୍ଷରୁ ଭଦ୍ରକ ବ୍ଲକ ଓ ପୌରାଞ୍ଚଳର ଲେଖକ ଲେଖିକାଙ୍କୁ ନେଇ ଏକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସାମ୍ମୁଖ୍ୟର ସ୍ଥାୟୀ ସଭାପତି ଶିକ୍ଷାବିତ୍ ଗଗନ ବିହାରୀ ରାଉତଙ୍କ ‘ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଲେଖକଙ୍କ ଭୂମିକା’ ସମ୍ପର୍କରେ ଏକ ଆଲୋଚନାଚକ୍ରକୁ ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ନାଟ୍ୟକାର ସୁଧାକର ନନ୍ଦ ଉଦ୍ଘାଟନ କରିଥିଲେ । କାଳନ୍ଦି ମଲ୍ଲିକ ମଙ୍ଗଳାଚରଣ ଆବୃତ୍ତି କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବିଧିବକ୍ତା ନିରାକର ଜେନା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. ରାମଚନ୍ଦ୍ର ପଣ୍ଡା, ବରେଣ୍ୟ ଅତିଥି ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ନିହାର ରଂଜନ କର ଯୋଗ ଦେଇଥିଲେ । ସାମ୍ମୁଖ୍ୟ ସଭ୍ୟା ଭାରତୀ ପଲେଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ।
ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ମୁଖ୍ୟ ଯୁଗ୍ମ ସମ୍ପାଦକ ତପନ କୁମାର ପଣ୍ଡା ସବ୍ାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ପାଦକ ବାବୁଲାଲ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଓଡ଼ିଶା ସାହିତ୍ୟ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ସୁଧାକର ନନ୍ଦ ଏବଂ ନିର୍ମଳ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବୟିତ୍ରୀ ଗୀତାରାଣୀ ଆଇଚ ସଂଯୋଜନା ଏବଂ କବି ଡ. ଅବନୀ ପ୍ରଧାନ କବିତାଗୁଡିକର ସମୀକ୍ଷା କରିଥିଲେ । କୋଷାଧ୍ୟକ୍ଷ ସଂଗ୍ରାମ କେଶରୀ ଦାସ, ପଦ୍ମଲୋଚନ ମହାକୁଡ଼, ସୁରେଶ ମଲ୍ଲିକ, ଦୀନବନ୍ଧୁ ମହାରଣା, ବିଶ୍ୱନାଥ ଅଗ୍ରୱାଲ, କ୍ଷିତିଶ ଚନ୍ଦ୍ର ରାଉତ, ଶକୁନ୍ତଳା ଲେଙ୍କା, ଚରମ୍ପା ସାହିତ୍ୟ ସଂସ୍କୃତି ମଂଚର ଉପସଭାପତି ତଥା ପୃଷ୍ଠପୋଷକ ଶରତ କୁମାର ମହାନ୍ତି, ସୀତାକନ୍ତ ଦାସ, ମହେଶ୍ୱର ନାୟକ, ବ୍ରହ୍ମକୁମାର ଅନିତା, ଋତୁରାଜ ଅକ୍ଷୟ, କୁମାର ଅରୂପାନନ୍ଦ, ଦିବ୍ୟସିଂହ ଦାସଅଧିକାରୀ, ବୀନବନ୍ଧୁ ବାରିକ, ଆନନ୍ଦ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବୈଠକର ପରିଚାଳନାରେ ସହଯୋଗ କରିବା ସହିତ କବିତା ପାଠ କରିଥିଲେ । ଶେଷରେ ବିଧିବକ୍ତା କୁଳମଣି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।