Odiapua.com

ଚରମ୍ପାରେ ରକ୍ଷାବନ୍ଧନ ଉତ୍ସବ

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ଜନତା ସେବା କେନ୍ଦ୍ର ଓ ତରୁଣ ପାଠାଗାର ଆନୁକୂଲ୍ୟରେ ଡଗରାସାହି ଜନତା ସେବା କେନ୍ଦ୍ର ସମ୍ମିଳନୀ କକ୍ଷରେ ଆଇନଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ରକ୍ଷାବନ୍ଧନ ଉତ୍ସବ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟତଃ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ନନ୍ଦିନୀ ଭଉଣୀ ସହ ଅନ୍ୟାନ୍ୟ ଆଶ୍ରମର ଭଉଣୀମାନେ ପ୍ରସାଦ ବଣ୍ଟନ କରିବା ସହ ରାକ୍ଷୀ ବାନ୍ଧି ଭାଇ ଭଉଣୀର ସ୍ନେହ ଶ୍ରଦ୍ଧାର ସମ୍ପର୍କ ବା ସୁରକ୍ଷା ସ୍ମରଣ କରାଇଥିଲେ । ଏହି ଅବସରରେ ଜନତା ସେବା କେନ୍ଦ୍ରର ପ୍ରତିଷ୍ଠାତା ବିଶ୍ୱନାଥ ଅଗ୍ରୱାଲା ଜନତା ସେବୋକେନ୍ଦ୍ର ଦ୍ୱାରା ପରିଚାଳିତ ବିଦ୍ୟାଳୟର ଶୁଭ ଉଦ୍‌ଘାଟନ କରିଥିଲେ । ରକ୍ଷାବନ୍ଧନ ଉତ୍ସବର ମହତ୍ତ୍ୱ, ଏହାର ପୌରାଣିକ, ଐତିହାସିକ ଓ ଜଗନ୍ନାଥ ସଂସ୍କୃତିର ପରମ୍ପରା ସମ୍ପର୍କରେ ଅବତାରଣା କରିଥିଲେ । ଏହାକୁ ଆଗାମୀ ପିଢି ତଥା ଯୁବଗୋଷ୍ଠୀ ରକ୍ଷା କଲେ ଏହାର ମହତ୍ତ୍ୱ ପ୍ରତିପାଦିତ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଉତ୍ସବରେ ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ସମ୍ପାଦକ ଉମାକାନ୍ତ ନାୟକ, ସହସମ୍ପାଦକ ବାବୁଲାଲ ଦାସ, ଶିକ୍ଷାବିତ୍ ଗଗନ ବିହାରୀ ରାଉତ, ଆଇନଜୀବୀ ପବନ ଶର୍ମା, ଗିରିଧାରୀ ନାଥ, କୁଳମଣି ବେହେରା, ଅଧ୍ୟାପକ ଶିବପ୍ରସାଦ ଖାମୁରାଇ, ସୁଶାନ୍ତ ଦାସ, ଅନନ୍ତ ନାୟକ, ଅନ୍ନପୂର୍ଣ୍ଣା ସାହୁ, ପ୍ରଫୁଲ୍ଲ ସୂତ୍ରଧର, ଟିକୁ ଚୌଧୁରୀ, କଲ୍ଲୋଳ ଲେଙ୍କା, ଶଶଧର ମହନୀ, ଉମର ଅଲ୍ଲୀ, ଗୌରାଙ୍ଗ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।