Odiapua.com

ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସନ୍ଧ୍ୟାରେ ଭଦ୍ରକ ଚରମ୍ପା ଅଂଚଳର ଜଣେ ବ୍ୟବସାୟୀଙ୍କୁ କେତେକ ଦୃବୁର୍ତ ବାଇକ୍‌ରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିବାର ଜଣାପଡିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗୋଖାଦ୍ୟ ଦୋକାନ କରିଥିବା ବିଦ୍ୟାଧର ପାତ୍ର ଆଜି ସନ୍ଧ୍ୟାରେ ଚରମ୍ପାରେ ନିଜ ଦୋକାନ ବନ୍ଦ କରି ପାଖରେ ଥିବା ଘରକୁ ଯିବା ସମୟରେ ରାମ ମନ୍ଦିର ନିକଟରେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଗୁଳି ଫୁଟିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ତାଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବାର ବନ୍ଦୋବସ୍ତ କରିଥିଲେ। ତେବେ ବିଦ୍ୟାଧରଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍‌ଟି ଏପର୍ଯ୍ୟନ୍ତ ମିଳିନଥିବାବେଳେ ତାଙ୍କ ପେଟରେ ଗୁଳି ବାଜିଥିବାର ଜଣାପଡିଛି। ଡାକ୍ତରଖାନାରେ ଏବେ ତାଙ୍କର ଚିକିତ୍ସା କରାଯାଉଥିବାବେଳେ ଏସ୍‌ପି ମନୋଜ ରାଉତ ଦୃବୁର୍ତଙ୍କ ପିଛା କରୁଥିବାର ଜଣାପଡିଛି। ତେବେ ଆଡିସ୍‌ନାଲ ଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ସହରାଂଚଳ ଥାନାଧିକାରୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି।