Odiapua.com

ଚରମ୍ପାରେ ଗାନ୍ଧି ଜୟନ୍ତୀ ପାଳିତ

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଜନତା ସେବା କେନ୍ଦ୍ରରେ ଆଇନଜୀବୀ ନିରାକାର ଜେନାଙ୍କ ଅଧ୍ୟକ୍ଷତାରେ ସତ୍ୟ ଓ ଅହିଂସାର ପୂଜାରୀ ମହାମାନବ ମହାତ୍ମା ଗାନ୍ଧି ଓ ଶାନ୍ତିରଦୂତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଦୁଇ ପୂଣ୍ୟ ଆତ୍ମା ଆଜିର ପବିତ୍ର ଦିବସରେ ଜନ୍ମ ଗ୍ରହଣ କରି ଭାରତମାତାର ସଗର୍ବେ କୋଳମଣ୍ଡନ କରିଥିଲେ । ମହାନ ସ୍ୱାଧୀନତା ସଂଗ୍ରାମୀ, ସ୍ୱଦେଶୀ ସ୍ୱାଭିମାନୀ, ସହନଶୀଳତା, ଧୈର୍ଯ୍ୟ, ସାହସ ଓ ମାନବିକ ମୂୂଲ୍ୟ ବୋଧର ମୂର୍ତ୍ତିମନ୍ତ ପ୍ରତୀକ, ବିଶ୍ୱବନ୍ଦ୍ୟ ବ୍ୟକ୍ତିତ୍ୱ, ଜାତିର ଜନକ ମହାତ୍ମା ଗାନ୍ଧି ଯେଉଁ ଅମର କିର୍ତ୍ତି ଓ କୃତି ରଖିଯାଇଛନ୍ତି, ତାହା ଅବିସ୍ମରଣୀୟ ବୋଲି ବକ୍ତାମାନେ ସ୍ମରଣ କରାଇଥିଲେ । ସେହିପରି ଅନ୍ୟ ଏକ ପୂଣ୍ୟାତ୍ମା, ସରଳ, ନିଷ୍କପଟ, ନୀତିନିଷ୍ଠ ବ୍ୟକ୍ତିତ୍ୱ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗୁଣଗାନ କରିଥିଲେ । ବକ୍ତାମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଯୁଗ୍ମ ସମ୍ପାଦକ ବାବୁଲାଲ ଦାସ, ଜନତା ସେବା କେନ୍ଦ୍ରର ପ୍ରତିଷ୍ଠାତା ବିଶ୍ୱନାଥ ଅଗ୍ରୱାଲା, ଶଶଧର ମହନୀ, ଆଇନଜୀବୀ ପବନ ଶର୍ମା, କୁଳମଣି ବେହେରା, ରୋଟାରିଆନ ଶିଶିର ମିଶ୍ର, ଗୌରାଙ୍ଗ ପଣ୍ଡା, ସୁବ୍ରତ ଦାସ, ସାଧୁଚରଣ ଦାସ, ରତ୍ନାକର ହାତୀ, ମହେଶ ଅଗ୍ରୱାଲା, ଅପ୍ପା ରାଓ, ଅଙ୍କିତା ବିଶ୍ୱାଳ, ଶିକ୍ଷାକର୍ମୀଙ୍କ ସହ ଜନତା ସେବା କେନ୍ଦ୍ରର ସଦସ୍ୟ ଓ ସହଯୋଗୀ ଉପସ୍ଥିତ ରହି ରାଷ୍ଟପିତା ଓ ଶାନ୍ତି ଦୂତଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।