Odiapua.com

ଚରଦିଆ ଠାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅଧିନସ୍ଥ ଚରଦିଆ ପଂଚାୟତ ଅଫିସ ଗୃହରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ ତାରିଖ ରେ ଚରଦିଆ ପଂଚାୟତରେ ଚାନ୍ଦବାଲି ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହେବ ବୋଲି ଘୋଷଣା କରାଯାଇଥିଲା । ଏହି ସାମର୍ଥ୍ୟ ଶିବିରରେ ଚାନ୍ଦବାଲି ବ୍ଲକ ରେ ଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ,ଅବଧି ସରିଯାଇଥିବା ସାର୍ଟିଫିକେଟ ଗୁଡିକ ପୁନଃ ମୂଲ୍ୟାୟନ ସହ ଜିଲ୍ଲାରୁ ଆସିବାକୁ ଥିବା ସମସ୍ତ ବିଭାଗର ଡାକ୍ତର ମାନଙ୍କ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ମେଡିସିନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ମାନ ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି । ଆଜିର ଏହି ବୈଠକରେ ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ ପୌରୋହିତ୍ୟ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ,ସମାଜସେବୀ ଅଶୋକ କୁମାର ସାହୁ, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ବିଶ୍ୱରଞ୍ଜନ ପ୍ରଧାନ, ଚରଦିଆ ସରପଂଚ ଦିବାକର ମାଇତି,ଚରଦିଆ ପଂଚାୟତର ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ,ଜିଆରଏସ ପ୍ରତାପ ଜେନା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୋଜାଲିନ ମହାନ୍ତି ଙ୍କ ସମେତ ନିକଟସ୍ଥ ପଂଚାୟତର ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆସନ୍ତା ୨୪ ତାରିଖରେ ଏହି ଭିନ୍ନକ୍ଷମ ସମାର୍ଥ୍ୟ ଶିବିର ଜିଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ ।