ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଭାଟପଡା ପଂଚାୟତ ଅଧିନ ଚନ୍ଦନ ସାହିର ଅଷ୍ଟମ ପ୍ରହର ନାମଯଜ୍ଞ ୫୮ବର୍ଷରେ ପହଂଚିଛି।ଏହି ଅଷ୍ଟମ ପ୍ରହର ନାମଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି।ସୋମବାର ଅଧିବାସ, ମଙ୍ଗଳବାର ନାମଯଜ୍ଞ ଓ ବୁଧବାର ନଗର କୀର୍ତନପରେ ଉଦଯାପିତ ହୋଇଥିଲା।ଅଷ୍ଟମ ପ୍ରହର ପୂଜାରେ କର୍ତା ଭାବେ ପ୍ରଶାନ୍ତ ଓଝା ଓ ପତ୍ନୀ ମିନାକ୍ଷୀ ଓଝା , ଅଧିକାରୀଭାବେ ଭଜହରି ଦାସ ପୂଜାକର୍ଯ୍ୟ ତୁଲାଇଥିଲେ।୧୯୬୯ ମସିହାଠାରୁ ଚନ୍ଦନସାହି ଗ୍ରାମରେ ନିରବିଛିନ୍ନ ଭାବେ ଏହି ଅଷ୍ଟମ ପ୍ରହର ନାମଯଜ୍ଞ ଗ୍ରାମବାସୀଙ୍କ ସହଯୋଗରେ ଚାଲିଆସୁଅଛି ।ଚଳିତ ବର୍ଷ ଗୋଳାପୋଖରୀ ସଂକୀର୍ତନ ଦଳ ନାମ ସଂକୀର୍ତନ କରିଥିଲେ। ଗ୍ରାମର ପାର୍ଥ ସାରଥୀ ନାୟକ, ପ୍ରଭାତ କୁମର ରାଉଳ,ରମାକାନ୍ତ ନାଥ,ଶିବ ପ୍ରସାଦ ନାଥ,ବସନ୍ତ କୁମାର ନାଥ,ଘନଶ୍ୟାମ ଓଝା,ବିବେକାନନ୍ଦ ନାୟକ,ନିରଞ୍ଜନ ଓଝା,ମହେନ୍ଦ୍ର ଓଝା,ସୁଦର୍ଶନ ଓଝା,ସୁଶାନ୍ତ ଓଝା,ପ୍ରଶାନ୍ତ ଓଝା,ଗୋପବନ୍ଧୁ ରାଉତ,ଗୟାଧର ଓଝା ପ୍ରମୁଖ ଅଷ୍ଟମ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।