ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମରାରେ ସୁଦୀର୍ଘ ୫୮ କି.ମି ଉପକୂଳ ଅଂଚଳ ଥିବାବେଳେ ଦିନକୁ ଦିନ ବାଂଲାଦେଶୀ ଅନୁପ୍ରବେଶକୁ ରୋକିବା ,ସାଧାରଣ ଜନତା ଏବଂ ପୁଲିସ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଉପକୂଳ ଅଂଚଳରେ ଥିବା ମତ୍ସ୍ୟଜିବୀ ଏବଂ ପୁଲିସ ମଧ୍ୟରେ ସହଭାଗିତା କାଯ୍ୟର୍କ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଧାମରା ସାମୁଦ୍ରିକ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ,ଧାମରା ସାମୁଦ୍ରିକ ଥାନା ଅଧିକାରିଣୀ ପ୍ରିୟଦଶର୍ନୀ ଖଟୁଆ, ସମ୍ମାନୀତ ଅତିଥି ଭାବେ ଦେବାଶିଷ ଭୂୟାଁ, ଡେପୁଟି ରେଞ୍ଜର ସୁଶାନ୍ତ ବାଗ, ଦୋସିଙ୍ଗା ସରପଂଚ ରାମକୃଷ୍ଣ ଜାନା, ସମାଜସେବୀ ଦେବେନ୍ଦ୍ର ନାୟକ , ଧାମରା ମତ୍ସ୍ୟଜିବୀ ସଂଘର ସଂପାଦକ ସୁଦର୍ଶନ ଲେଙ୍କା, ସଭାପତି ଅସୋକ ଜାନା, ବାଲିଚର ମତ୍ସ୍ୟଜିବୀ ସଂଘର ଅଶୋକ କୁମାର ଗିରି ପ୍ରମୁଖ ଉପସ୍ଥିତ ରହିବା ସହ ସାଧାରଣ ଜନତାଏବଂ ପୁଲିସ ମଧ୍ୟରେ ଦୂରତାକୁ କମ୍ କରିବାକୁ ହେଲେ ନିଜ ନିଜ ମଧ୍ୟରେ ସମନ୍ୱୟ ରଖିବା ସହ ବେଳାଭୂମି ଅଂଚଳରେ ଯେକୌଣସି ସମୟରେ ଅସୁବିଧା ହେଉ ଅଥବା ଅଜଣା ସନ୍ଦିଗ୍ଧ ବ୍ୟକ୍ତି ବିଶେଷଙ୍କୁ ଦେଖେିଲ ପୁଲିସ ସହଯୋଗ କରିବାକୁ ମତ ପ୍ରକାଶ ପାଇଥିଲା।ମୁଖ୍ୟ ଅତିଥି ଅଂଶୁମାନ ଦ୍ୱିବେଦୀ ନିଜର ବକ୍ତବ୍ୟରେ ୨୬/୧୧ ଘଟଣାର ପୁନଃରାବୃତି ନହେଉ ଏବଂ ଏଥିପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି ନିଜ ବକ୍ତବ୍ୟ ରଖିଥିବା ବେଳେ ଅଶୋକ ଜାନା ନିଜ ବକ୍ତବ୍ୟରେ ମତ୍ସ୍ୟଜିବୀମାନଙ୍କ ପାଇଁ ଅଂଚଳ ନିର୍ଦ୍ଧାରଣ କରିବା ସହ ଅଲିଭ ରିଡେଲ କଇଁଛ ମାନଙ୍କ ପ୍ରଜନନ ସମୟରେ ନଭେମ୍ବର ମାସରୁ ମେ ମାସ ପର୍ଯ୍ୟନ୍ତ ମାଛଧରା ବନ୍ଦ ରହୁଥିବା ବେଳେ ଏହି ସମୟସୀମା କମ୍ କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ। ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅମର ନଗର ଏବଂ ବାଂଶଡାଟିମ ମଧ୍ୟରେ ଏକ ଭଲିବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା। ଅଂଶ ଗ୍ରହଣ କରିଥିବା ଦଳକୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର କୁନୀକୁନୀ ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ମଧ୍ୟ ହୋଇଥିଲା ଏବଂ ସମସ୍ତକୃତୀ ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରଷ୍କୃତ ଆପଦମିତ୍ର ପ୍ରତିମା ପରମାଣିକ ଏବଂ ବିଶ୍ୱକତୁ ଖୁଂଟିଆଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। । ପରିଶେଷରେ ଅଂଚଳର ଶତାଧିକ ଗରିବ ମତ୍ସ୍ୟଜିବୀ ପରିବାରକୁ କମ୍ବଳ ବଂଟନ କରାଯାଇଥିଲା। ହୋଇଥିବା ସହଭାଗିତା କାଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୃର୍ଷ୍ଣଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ଜେନା, ସଞ୍ଜୀବ ମଲିକ, ବେଣୁଧର ମଲିକ, ସଞ୍ଜୟ କୁମାର ନାୟକ ଙ୍କ ବାଲିଚର ମତ୍ସ୍ୟଜିବୀ ସଂଘର କର୍ମକର୍ତା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଧାମରା ସାମୁଦ୍ରିକ ଥାନାର ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ ଧନ୍ୟବାଦ ଅପର୍ଣ କରିଥେିଲ।