Odiapua.com

ଚନ୍ଦନୀପାଳ ଠାରେ ନୂତନ ଜେଟି ନିର୍ମାଣକୁ ନେଇ ଚାନ୍ଦବାଲି ତହସିଲଦାର ,ବିଡିଓ : ଏବଂ ବାଲେଶ୍ୱର ଏଡିଏଫ ମେରାଇନଙ୍କ କ୍ଷେତ୍ରୀୟ ପରିଦର୍ଶନ : ଜମିର କିସମ ପରିବର୍ତ୍ତନ ପାଇଁ ଜିଲ୍ଲାପାଳଙ୍କ ଅନୁମତିକୁ ଅପେକ୍ଷା

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଏକ ଜେଟି ନିର୍ମାଣକୁ ନେଇ ଆଜି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ,ଚାନ୍ଦବାଲି ବିଡିଓ ଜ୍ୟୋର୍ତିବିକାଶ ଦାସ, ଏଡିଏଫ ମେରାଇନ ଚିତରଞନ ସାହୁ ପ୍ରମୁଖ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ । ଦୀର୍ଘ ୫୦ବର୍ଷ ହେବ ଚନ୍ଦନୀପାଳ ଠାରେ ଶତାଧିକ ମତ୍ସ୍ୟଜିବୀ ସେମାନଙ୍କ ଜିବୀକା ନିର୍ବାହ କରି ଆସୁଥିବା ବେଳେ ଏଠାରେ ସେମାନେ ଚନ୍ଦନୀପାଳ ଠାରେ ଏକ ଜେଟି ନିର୍ମାଣ କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିଆସୁଥିଲେ । ଏହି ଦାବୀର ଯଥାର୍ଥତା ରହିଛି ବୋଲି ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ହୃଦୟଙ୍ଗମ କରିବା ସହ ଚାନ୍ଦବାଲି ବ୍ଲକ ଚେୟାରମେନଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁଙ୍କୁ ନେଇ ରାଜ୍ୟ ସରକାରଙ୍କ ଅଧିନରେ ଥିବା ମତ୍ସ୍ୟ ବିଭାଗର ସମସ୍ତ ପଦାଧିକାରୀଙ୍କୁ ଅବଗତ କରାଇଥିଲେ ।ମତ୍ସ୍ୟ ବିଭାଗର ଅଧିକାରୀଙ୍କ ପାଖରୁ ଗ୍ରୀନ ସିଗନାଲ ଆସିବା ପରେ ଚନ୍ଦନୀପାଳ ଠାରେ ଜେଟି ନିର୍ମାଣର ଆଶା ଉଦଜୀବିତ ହୋଇଥିଲା । ମତ୍ସବିଭାଗର ଅଧିକାରୀ ବାଲେଶ୍ୱର ମତ୍ସ୍ୟବିଭାଗର ଏଡିଏଫ ଏବଂ ଭଦ୍ରକ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଚନ୍ଦନୀପାଳ ଠାରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଜେଟି ନିର୍ମାଣ କରିବାକୁ ଆଦେଶ ଦେବା ସହ ଏହାର ଭିତିଭୂମି ସଜାଡିବାକୁ ମଧ୍ୟ ଏହି ପତ୍ରରେ ଉଲ୍ଲେଖ କରିଥିଲେ । ଚନ୍ଦନୀପାଳ ଠାରେ ଜେଟି ନିର୍ମାଣ ପାଇଁ ୫୦ ଡେସିମିଲ ଜମିର ଆବଶ୍ୟକତା ପଡୁଥିବା ବେଳେ ମତ୍ସ୍ୟନିଲାମ ଗୃହ ତଥା ପ୍ୟାକିଂ ହଲ ଏବଂ ରେଷ୍ଟ ସେଡ ପାଇଁ ସମୁଦାୟ ଏ୨କର ଜମିର ଆବଶ୍ୟକତା ଅଛି ବୋଲି ସ୍ଥାନୀୟ ମତ୍ସ୍ୟଜିବୀ ସଂଘ ପ୍ରଶାସନ ନିକଟରେ ଦାବୀ ଜଣାଇଥିଲା । ଏହି ଦାବୀର ଯଥାର୍ଥତା ଅଛି ବୋଲି ଏଡିଏଫ ମେରାଇନ ହୃଦୟଙ୍ଗମ କରିବା ସହ ଭଦ୍ରକ ଜିଲ୍ଲା ମତ୍ସ୍ୟ ଅଧିକାରୀ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କୁ ଏ୨କର ଜମି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।ଆଜି ତହସିଲଦାର ଧାମରା ସୁପରଭାଇଜର ଦାଶରଥି ଦାସଙ୍କ ସହ ଆଲୋଚନା ପରେ ଅମରନଗର ମୌଜାରେ ଖାତା ନଂ ୧୧୯(ରକ୍ଷିତ),ପ୍ଲଟ ନଂ ୩୨୦ରେ ଏ୨କର ଜମି ଯୋଗାଇ ଦିଆଯାଇ ପାରିବ ବୋଲି କହିବା ସହ ଏହି ଜମିରେ କୌଣସି ମୂଲ୍ୟବାନ ଗଛ କିମ୍ବା କୌଣସି ଲୋକଙ୍କ ଦ୍ୱାରା ଏହି ଜମି ଅବରୋଧ ହୋଇ ନାହିଁ ବୋଲି ମତ ରଖିଥିଲେ । ଏହି ଜମିର କିଷମ “ଆଡି” ଥିବା ବେଳେ ଏହାର କିଷମ ପରିବର୍ତନ ହୋଇପାରିଲେ ଏହା ସମ୍ଭବ ଏବଂ ଏହି କିଷମ ପରିବର୍ତନ ପାଇଁ ଜିଲ୍ଲାପାଳଙ୍କ ଅନୁମତି ଜରୁରୀ ବୋଲି ସେ ମତ ପୋଷଣ କରିଥିଲେ ।

ଏ ନେଇ ସମସ୍ତ ପ୍ରଶାସନିକ ଅଧିକାରୀ ଚାନ୍ଦବାଲି ଚେୟାରମେନଙ୍କ ପ୍ରତିନିଧି ରଞନ କୁମାର ସାହୁ,ଚରଦିଆ ପଂଚାୟତର ସରପଂଚ ଦିବାକର ମାଇତି,ଚନ୍ଦନୀପାଳ ମତ୍ସ୍ୟଜିବୀ ସଂଘର ଅଶୋକ ଗିରି,ଅମର ଜାନା,ଦୁଶାସନ ଦାସ, ଶଶାଙ୍କ ସେଖର ଜେନା, ଧାମରା ମତ୍ସ୍ୟଜିବୀ ସଂଘର ସୁଦର୍ଶନ ଲେଙ୍କା ଧାମରା ଜୋନର ଜିଲ୍ଲାପରିଷଦଙ୍କ ପ୍ରତିନିଧି ପରୀକ୍ଷିତ ଦାସ, ଚଗୁଲୁ ଲେଙ୍କା ,ମୁଜିବୁର ଅଲ୍ଲୀ ଖାଁଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ସପ୍ତାହରେ ଚନ୍ଦନୀପାଳ ଠାରେ ଥିବା ବାଲିଚର ମତ୍ସ୍ୟଜିବୀ ସଂଘର କର୍ମକର୍ତା ଯାଇ ଚାନ୍ଦବାଲି ତହସିଲଦାର ଏବଂ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବେ ଏବଂ ଖୁବଶୀଘ୍ର ଜିଲ୍ଲାପାଳ ଏହି ଜମିର କିଷମ ପରିବର୍ତନ କରି ଏଠାରେ ୫କୋଟି ଟଙ୍କା ବ୍ୟୟ ଅଟକଳରେ ଜେଟି ନିର୍ମାଣ ପାଇଁ ଅନୁମତି ଦେବେ ବୋଲି ସେମାନେ ଆଶାବାଦୀ ଅଛନ୍ତି ।ଏଥି ସହ ସମସ୍ତ କାର୍ଯ୍ୟରେ ଚାନ୍ଦବାଲି ଚେୟାରମେନଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁ ସେମାନଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି ବୋଲି ମତ ପ୍ରକାଶ ପାଇଛି ।ଆଜିର ଏହି କ୍ଷେତ୍ରୀୟ ପରଦର୍ଶନରେ ଅନ୍ୟ ମାନଙ୍କ ମଧ୍ୟରେ ଏଫଓ ଅମିତ କୁମାର ପାଢୀ, ଅତିରିକ୍ତ ତହସିଲଦାର ଚୈତନ୍ୟ ପ୍ରସାଦ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।