Odiapua.com

ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଚଳିତବର୍ଷ ୨୬ ତାରିଖ ପବିତ୍ର ଅକ୍ଷୟତୃତୀୟା ଦିନ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ଆରମ୍ଭ ହେବ। ଏଥି ନିମନ୍ତେ ପରମ୍ପରା ଅନୁଯାୟୀ ଚୈତ୍ୟ ମାସ ପୂର୍ଣ୍ଣିମା ଦିନ ପ୍ରସ୍ତୁତି ଆରମ୍ଭ ହୋଇଛି। ଚନ୍ଦନଯାତ୍ରା ସରିବା ପରେ ଡଙ୍ଗାଗୁଡିକୁ ବୁଡାଇ ଦିଆଯାଇଥାଏ। ଏହି ପୂର୍ଣ୍ଣିମା ଦିନ ନରେନ୍ଦ୍ର ପୁଷ୍କରିଣୀରୁ ନନ୍ଦା ଓ ଭଦ୍ରା ଏବଂ ଅନ୍ୟ ଡଙ୍ଗାଗୁଡିକୁ ପୁଷ୍କରିଣୀରୁ ବାହାର କରାଯାଇ ସେଗୁଡିକୁ ଚାପ ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଡଙ୍ଗାଗୁଡିକୁ ବାହାର କରିବା ପରେ ସେଥିରେ ରାଳ ଲଗାଯିବା ସହ ଡଙ୍ଗାଗୁଡିକୁ ରଙ୍ଗ କରାଯାଇଥାଏ। ଏହି ଡଙ୍ଗାଗୁଡିକୁ ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରିବା ନିମନ୍ତେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନଙ୍କ ଦ୍ୱାରା ପୁଷ୍କରିଣୀରୁ ବାହାର କରିଥିଲେ। ନନ୍ଦା ଓ ଭଦ୍ରାରେ ମହାପ୍ରଭୁ ନରେନ୍ଦ୍ରରେ ଚନ୍ଦନ ଯାତ୍ରା ସମୟରେ ୨୧ଦିନ ବ୍ୟାପି ନୌକା ବିହାର କରିଥାନ୍ତି। ଏହି ଡଙ୍ଗାଗୁଡିକୁ ଅନ୍ୟ କେହି ଯେପରି ବ୍ୟବହାର ନକରିବେ ସେଥିନତିିମନ୍ତେ ଚନ୍ଦନଯାତ୍ରା ଶେଷ ହେବା ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ଦିଆଯାଇଥାଏ। ବର୍ତମାନ ଚନ୍ଦନଯାତ୍ରା ଆଉ ଦୁଇଦିନ ବାକି ଥିବା ବେଳେ ଡଙ୍ଗାର ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟୟରେ ପହଂଚିଛି। ପ୍ରସ୍‌ୁତି କାର୍ଯ୍ୟ ନିମନ୍ତେ ବିଶ୍ୱକର୍ମା ସେବାୟତ, ଚିତ୍ରକର ସେବାୟତ, ଦରଜି ସେବାୟତ ଓ ଭୋଇ ସେବାୟତମାନେ ଅହୋରହ କାର୍ଯ୍ୟରେ ଲାଗି ରହିଛନ୍ତି। ନରେନ୍ଦ୍ର ପୁଷ୍କରୀଣିରେ ଥିବା ମନ୍ଦିର ବେଢା ଓ ମନ୍ଦିରକୁ ସଂପୂର୍ଣ୍ଣଭାବେ ରଙ୍ଗ ଦିଆଯାଇଛି।