Odiapua.com

ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ ନୀତି ସମ୍ପନ୍ନ

ପୁରୀ ୧୩ ଜୁଲାଇ (ଓଡ଼ିଆ ପୁଅ) ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ ନୀତି ସମ୍ପନ୍ନ ହୋଇଛି। ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ନୀତି ସମାପନ ହେବା ପରେ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ପହଣ୍ଡି ସମ୍ପନ୍ନ ହୋଇଛି। ମସ୍ତକରେ ଟାହିଆ ଲାଗି ପରେ, ପାରମ୍ପରିକ ବାଦ୍ୟର ତାଳେ ତାଳେ ପ୍ରଭୁମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଇବା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ସେବାୟତମାନେ।

ଶରଧାବାଲିରେ ରଥଗୁଡିକରୁ ଘୋଡା ଫିଟାଯିବା ପରେ ରଥତ୍ରୟରେ ଚାରମାଳ ବାନ୍ଧିବା କାର୍ଯ୍ୟ ସମାପନ ହେବାପରେ ବିଧିପୂର୍ବକ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା।

ମହାପ୍ରଭୁଙ୍କ ଆଡପ ମଣ୍ଡପ ପହଣ୍ଡି ପାଇଁ ପୁରୀ ସହରେ କର୍ଫ୍ୟୁ କଟକଣା ବୃଦ୍ଧି କରାଯାଇଛି। ଆଜି ପରିବର୍ତ୍ତେ ୧୪ ତାରିଖ ସକାଳ ୬ଟା ଯାଏ କଟକଣା ବଳବତ୍ତର ରଖିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଭକ୍ତ ବିହୀନ ରଥଯାତ୍ରା ଚାଲିଛି।