Odiapua.com

ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଦଶମ ଦିବସରେ ସହର ବେଶ୍ ଚଳଚଂଚଳ ହୋଇଛି

ପୁରୀ, ୨୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ପ୍ରଥମ ପର୍ଯ୍ୟାୟ, ଦ୍ୱତୀୟ ପର୍ଯ୍ୟାୟ, ତୃତୀୟ ପର୍ଯ୍ୟାୟ ର ଲକଡାଉନ ସମୟରେ ସାଧାରଣ ଲୋକ ଯେପରି ଏଇ ନିୟମକୁ କଡାକଡି ଭାବେ ପାଳନ କରୁଥିଲେ ଚତୁର୍ଥ ପର୍ଯ୍ୟାୟ ଲକଡାଉନର ଆଜି ଦଶମ ଦିବସରେ ଯେପରି ଲକଡାଉନ ନିୟମ ନଥିବା ଭଳି ଅନୁଭବ ହେଉଛି। ସହରରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ସହ ରାସ୍ତା କଡରେ ଗୁପ୍‌ଚୁପ୍ ଓ ଦହିବରା ଦୋକାନ ଖୋଲିଥିବା ଦେଖାଯାଉଛି। ଲୋକମାନେ ସାମାଜିକ ଦୂରତା ନରଖି ଦୋକାନ ଗୁଡିକ ସମ୍ମୁଖରେ ଏକତ୍ରିତ ହୋଇ ଛିଡା ହେଉଥିବା ଦେଖାଯାଉଛି। ସେହିପରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ମଧ୍ୟ ନିଜ ନିଜ ଦୋକାନ ସମ୍ମୁଖରେ ସାମାଜିକ ଦୂରତା କୁ ରଖିବା ଦିଗରେ ହାଲୁକା ଭାବେ ଗ୍ରହଣ କରୁଥିବା ଅଭିଯୋଗ ହେଉଛି। ସହରରେ ବହୁଳ ଭାବେ ଗହଳି ଚହଳି ବଢିବା ସହ ବାଇକ୍ ମଧ୍ୟ ଚଳପ୍ରଚଳ କରୁଥିବା ଦେଖାଯାଏ। ସହରକୁ କୌଣସି ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଆସୁନଥିବା ଯୋଗୁଁ ଅଟୋ ରିକ୍ସା ଚଳପ୍ରଚଳ ହ୍ରାସ ପାଇଛି। ଲକଡାଉନ ସମୟରେ କେବଳ ଲୋକମାନେ ମାସ୍କ ପିନ୍ଧିବା ଓ ସନ୍ଧ୍ୟା ୭ ଟା ପରେ ବିଶେଷ ଭାବେ ଚଳପ୍ରଚଳ ନକରିବା ଦେଖାଯାଉଛି। ସନ୍ଧ୍ୟା ୭ ଟା ମଧ୍ୟରେ ଔଷଧ ଦୋକାନ ଖୋଲା ରହିବା ବେଳେ ପ୍ରାୟ ଅନ୍ୟାନ୍ୟ ସବୁ ଦୋକାନ ଗୁଡିକ ବନ୍ଦ ରହୁଛି। ସନ୍ଧ୍ୟା ୭ ଟା ପରେ ସହରରେ ଲକଡାଉନ ଚାଲିଥିବା ସାଧାରଣ ଲୋକ ଅନୁଭବ କରୁଛନ୍ତି।