Odiapua.com

ଚତୁର୍ଥ ଦିନର ରଣପୁର ବ୍ଲକରେ ନାମାଙ୍କନ ୨୦ ସମିତି ସଭ୍ୟ, ୨୦ ସରପଞ୍ଚ, ୧୩୦ ୱାର୍ଡ ସଭ୍ୟ ନାମାଙ୍କନ ଦାଖଲ

ନୟାଗଡ ୨୦/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ସର୍ବବୃହତ ବ୍ଲକ ରଣପୁର ରେ ଚତୁର୍ଥ ଦିନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନାମାଙ୍କନ ପତ୍ର ଶେଷ ହୋଇଯାଇଛି। ଚତୁର୍ଥ ଦିନରେ ୩୭ ଗୋଟି ଗ୍ରାମପଞ୍ଚାୟତ ପାଇଁ ୨୦ ଜଣ ସରପଞ୍ଚ ପ୍ରାର୍ଥୀ, ୨୦ ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୧୩୦ ଜଣ ୱାର୍ଡସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଥିବା ରଣପୁର ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ସେଠୀ ସୂଚନା ପ୍ରଦାନ କରିଛନ୍ତି। ପଞ୍ଚାୟତ ନିର୍ବାଚନକୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ କରିବା ପାଇଁ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ଘନ ଘନ ବୈଠକ କରୁଥିବା ଜଣାପଡିଛି।

ବିରୋଧି ଭାରତୀୟ ଜନତା ପାର୍ଟି ସବୁ ଗ୍ରାମ ପଞ୍ଚାୟତରେ ସମର୍ଥୀତ ପ୍ରାର୍ଥୀ ସ୍ଥିର କରି ସାରିଥିବା ବେଳେ କଂଗ୍ରେସ ଦଳ କିଛି ପଞ୍ଚାୟତରେ ପ୍ରାର୍ଥୀ ସ୍ଥିର କରିଥିଲେ ମଧ୍ୟ ବାକିଥିବା ଗ୍ରାମପଞ୍ଚାୟତ ଶାସକ ଦଳର ଟିକେଟ ବଂଚିତ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କି ଆପଣେଇବାର ଚେଷ୍ଠା ଯାରି ରଖିଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାସ୍କ ବାଦୀ) ତାର ସଂଗଠିତ ଗ୍ରାମପଞ୍ଚାୟତରେ ପ୍ରାର୍ଥୀ ଚୁଡାନ୍ତ କରିଥିବା ଜଣାପଡିଛି। ଅପରପକ୍ଷେ ଶାସକ ଦଳରେ ବହୁ ଆଶାୟୀ ପ୍ରାର୍ଥୀ ଥିବାରୁ ପ୍ରାର୍ଥୀ ମନୋନୟନ ପାଇଁ ଏବେବି ଅଙ୍କକଷା ଚାଲିଛି ବୋଲି ଆଲୋଚନା ହେଉଛି। ସର୍ବପରୀ ଜାନୁୟାରୀ ୨୧ ତାରିଖରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି। ଅନେକ ଗ୍ରାମପଞ୍ଚାୟତରେ ଶାସକ ଦଳ ସମର୍ଥୀତ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିବ ବୋଲି ଆଲୋଚନା ଚାଲିଛି।