Odiapua.com

ଚତୁର୍ଥ ଦିନରେ ଉଚ୍ଛେଦ ପ୍ରକ୍ରିୟା ଜାରି

ପୁରୀ,୨୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପୁରୀରେ ଜବରଦଖଲ ଉଛେଦ ପ୍ରକ୍ରିୟାର ଆଜି ଚତୁର୍ଥ ଦିନ । ଜିଲ୍ଲା ପ୍ରଶାସନ ପକ୍ଷରୁ ବାକିଥିବା ଅବଶିଷ୍ଟ ନିର୍ମାଣ ଭଙ୍ଗାଯାଉଛି। ରାମଦୟା ପରିଷଦ ପଛ ପଟରେ ଥିବା ମେଘନାଦ ପାଚେରୀକୁ ଲାଗି ରହିଥିବା ଏକ ଗୁପ୍ତ କୋଠରୀକୁ ଆଜି ଭଙ୍ଗାଯିବ।

ସେହିଭଳି ୪ଦ୍ୱାରରେ ଭଙ୍ଗାଯାଇଥିବା ନିର୍ମାମର ଅଂଶବିଶେକୁ ସ୍ଥାନାନ୍ତର କରାଯାଉଛି। ମେଘନାଦ ପାଚେରୀକୁ ଲାଗି ରହିଥିବା ସମସ୍ତ ସରକାରୀ, ବେସରକାରୀ କୋଠା ଉଛେଦ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମଠ ଓ ମନ୍ଦିରକୁ ବାଦ ଦେଲେ ମାଟିରେ ମିଶିଛି ।

ସିଂହଦ୍ୱାର ସୂଚନା କେନ୍ଦ୍ର, ଫାଣ୍ଡି, ଶୌଚାଳୟ, କ୍ଲକରୁମ୍‌, ପମ୍ପ ହାଉସ୍‌ ଭଳି ସମସ୍ତ ଜବରଦଖଲ। ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୮ଟି ଜେସିବି, ହାଇଡ୍ରା ମେସିନ ଓ ଶତାଧିକ ଶ୍ରମିକଙ୍କ ସହାୟତାରେ ଉଚ୍ଛେଦ ଅଭିଯାନ ଚାଲିଛି। ସମ୍ପୂର୍ଣ୍ଣ ଉଚ୍ଛେଦ ସରିବା ପରେ ମେଘନାଦ ପାଚେରୀ ଐତିହ୍ୟର ସୁରକ୍ଷା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ସବୁଜ ବନାନୀ ସୃଷ୍ଟି କରାଯିବ।