Odiapua.com

ଚଣ୍ଡିଗାଁ ର କ୍ଷୀରସାହିକୁ ସଟଡାଉନ ଘୋଷଣା କଲେ ସରପଂଚ

ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ଚଣ୍ଡିଗାଁ ପଂଚାୟତର ଚଣ୍ଡିଗାଁ ହାଇସ୍କୁଲ ସଙ୍ଗରୋଧ ଘରେ ଥିବା ତିନି ଜଣ କରୋନା ପଜେଟିଭ ଚିହ୍ନଟ ପରେ ଆଜି ଅପରାହ୍ନ ଠାରୁ ସରପଂଚ ସଂଜୁଲତା ମହାକୁଡ କ୍ଷୀରସାହି ଗ୍ରାମକୁ ସଟଡାଉନ ଘୋଷଣା କରିଛନ୍ତି । ବାହାର ରାଜ୍ୟରୁ ଆସି ସଙ୍ଗରୋଧ ଘରେ ଥିବା ଦୁଇ ଜଣ ଓ ହୋମ କରେନ ଟାଇନରେ ଥିବା ଜଣଙ୍କର କରୋନା ଚିହ୍ନଟ ପରେ ହୋମ କରେନଟାଇନରେ ରହୁଥିବା ବ୍ୟକ୍ତିଙ୍କ ଗ୍ରାମକୁ ସରପଂଚ ତୁରନ୍ତ ସଟଡଉନ ଘୋଷଣା ସହ ଏହି ଗ୍ରାମର ପ୍ରବେଶ ପଥକୁ ସିଲ କରିଛନ୍ତି । ତା ଛଡା ଡାକବାଜି ଯନ୍ତ୍ର ଦ୍ୱାରା ଲୋକ ମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅପରାହ୍ନରେ ଜିଲ୍ଲା ପ୍ରଶାସନ ତିନି ଜଣଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ସରପଂଚ ଜିଲ୍ଲା ପ୍ରଶାସନର ପରାମର୍ଶ କ୍ରମେ ପୁରା ଗ୍ରାମକୁ ସାମିଟାଇଜ କରିବେ ବୋଲି ପ୍ରକାଶ କରିଛନ୍ତି । ସେହିଭଳି ରାଣୀତାଲସ୍ଥ ଏକ ସରକାରୀ ବ୍ୟାଙ୍କର କର୍ମଚାରୀଙ୍କ ସମ୍ପର୍କୀୟଙ୍କର ପୋଜିଟିଭ ଚିହ୍ନଟ ପରେ ଆଜି ସେହି କର୍ମଚାରୀଙ୍କୁ ବ୍ୟାଙ୍କ ଆସିବାକୁ ବାରଣ କରାଯାଇଥିବା ବେଳେ ଆଜି ପୁରା ବ୍ୟାଙ୍କ ସାନିଟାଇଜ କରାଯାଇ ସତର୍କତାର ସହ ବ୍ୟାଙ୍କ କାରବାର କରାଯାଇଥିବାର ଦେଖାଯାଇଥିଲା । ସେହି କର୍ମଚାରୀଙ୍କୁ ଚଉଦ ଦିନ ହୋମ କରେନଟାଇନରେ ରହିବାକୁ ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଇଥିବା କଥା ସହ ଶାଖାପରିଚାଳକ ପ୍ରକାଶ କରିଛନ୍ତି ।