Odiapua.com

ଚଢା ଦରରେ ଷ୍ଟାମ୍ପ ବିକ୍ରି ନେଇ କାର୍ଯ୍ୟାନୁଷ୍ଠାନ ଦାବି କଲା ଓକିଲ ସଙ୍ଘ – ବଲାଙ୍ଗୀରରେ ଚଢା ଦରରେ ମିଳୁଛି ଷ୍ଟାମ୍ପ

ବଲାଙ୍ଗୀର ୨୩-୧୨(ଓଡ଼ିଆ ପୁଅ ): ଜିଲ୍ଲାରେ ବିଗତ କିଛି ଦିନ ତଳେ ନବ ନିର୍ବାଚିତ ଓକିଲ ସଂଘର ସଭାପତି ଓ ସମ୍ପାଦକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରର ଲକ୍ଷ ହେଲା ବଲାଙ୍ଗୀର ସହର ତଥା ଜିଲ୍ଲାର ସମସ୍ତ ସ୍ଥାନରେ ବର୍ତ୍ତମାନ ଷ୍ଟାମ୍ପ ବିକ୍ରୀରେ ଲଗାମ ବିହୀନ କଳା ବଜାରୀ ଲାଗି ରହିଛି। ଯେଉଁଥିରେ କି ଗରିବ ଗୁରୁବା ଲୋକେ ଅନେକ ହଇରାଣର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ଏହିସବୁ ବିଷୟ ଶିବିର ଆୟୋଜନର ମୂଳ ଲକ୍ଷ୍ୟ ଥିବା କହିଛନ୍ତି ସମ୍ପାଦକ ବାସୁଦେବ ରଥ। ଅପର ପକ୍ଷରେ ଆମେ ଯାଇ ଉପ-ଜିଲ୍ଲାପାଳଙ୍କୁ ଏହି ସବୁ ବିଷୟରେ ଅବଗତ ତଥା ପ୍ରତିକ୍ରିୟା ନେବାରୁ ସେ ପୂର୍ବରୁ ହିଁ ଜିଲ୍ଲାର ସମସ୍ତ ସ୍ଥାନର ତହସିଲଦାରଙ୍କୁ ଏହିସବୁ ବିଷୟରେ ତଦନ୍ତ ତଥା କଳାବଜାରୀ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ ସୁଧାକର ନାୟକ।