Odiapua.com

ଚଡଦିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକକୁ ଛୁରାମାଡ, ଥାନାରେ ଜଣେ ଅଟକ

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଅଧିନସ୍ଥ ଚଡଦିଆ ପଂଚାୟତ ତ୍ରୀନାଥ ବଜାର ସାର୍ବଜନୀନ ସରସ୍ୱତୀ ପଡିଆରେ ଅପେରା ସୋ ହେଉଥିବା ବେଳେ ପୁର୍ବ ଶତ୍ରୂତାକୁ କେନ୍ଦ୍ରକରି ଯୁବକକୁ ଛୁରାମାଡ ହେବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣାରୁ ଯାହା ଜଣାଯାଏ ସରସ୍ୱତୀ ପୂଜା ଉପଲକ୍ଷେ ଚାନ୍ଦବାଲି ବ୍ଲକ ଚଡଦିଆ ସରସ୍ୱତୀ ପୂଜା ପଡିଆରେ ଏକ ଅପେରା ସୋ ଚାଲିଥିବା ବେଳେ ଗତକାଲି ରାତିରେ ପୁର୍ବ ଶତ୍ରୂତାକୁ କେନ୍ଦ୍ର କରି ଧାମରା ଅଂଚଳର ଯୁବକ ଭଜୁ ତରାଇ ଓର‘ ଲକି ତରାଇ ଏବଂ ତାଙ୍କ ସହଯୋଗୀ ଗୟାଧର ପରିଡାଙ୍କ ପୁଅ ରଘୁନାଥ ପରିଡା ଚାନ୍ଦବାଲି ବ୍ଲକ ଓରାସାହି ପଂଚାୟତ ନେଢୁଆଳି ଗ୍ରାମର ପ୍ରକାଶ ମାଝୀକୁ ଛୁରାରେ ଆକ୍ରମଣ କରିଥିଲେ । ତେବେ ଯାତ୍ରା କମିଟ୍ ର କର୍ମକର୍ତାମାନେ୩ ଜଣେ ଆସାମୀ ଭଜୁ ଓର‘ ଲକିକୁ ଧରି ବାଂଶଡା ଥାନାକୁ ଖବର ଦେଇଥିବା ବେଳେ ଅନ୍ୟ ଜଣେ ଆସାମୀ ରଘୁନାଥ ଖସି ଯାଇଥିଲେ । ଅନ୍ୟ ପକ୍ଷରେ ଛୁରାମାଡରେ ଶିକାର ହୋଇଥିବା ଯୁବକ ପ୍ରକାଶଙ୍କ ବାମ କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୁଖୟ ଚିକିତ୍ସ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ବାଂଶଡା ପୋଲିସ ଜଣକୁ ଥାନାରେ ଅଟକ ରଖି ମୁଖ୍ୟ ଆସମୀକୁ ଖୋଜୁଥିବା ଥାନାଧିକାରୀ ଦେବରାଜ ଜେନା ସୁଚନା ଦେଇଛନ୍ତି ।