ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତର ବିଶିଷ୍ଟ ସମାଜସେବିକା ଚଚଂଳା ନାୟକ ଓ ସଫଳ ଚାଷୀ ରାଜେନ୍ଦ୍ର ନାୟକଙ୍କ ଏକାଦଶାହରେ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ଗଭରପୁର ଠାରେ ଆୟୋଜିତ ସ୍ମୃତିସଭାକୁ ବିଶିଷ୍ଟ ନାଟ୍ୟକାର ତଥା ବିଜେପି ନେତା ଡ.ସୁଧାଂଶୁ ଶେଖର ନାୟକ ପୌରହିତ୍ୟ କରିଥିଲେ । ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ,ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ବିଡିଓ ସୀତାକାନ୍ତ ରାଉତ,ପୂର୍ବତନ ରାଜ୍ୟ ସଂଗଠନ ମହାମନ୍ତ୍ରୀ ପଚାଂନନ ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଜିଲ୍ଲା ବିଜେପି ସମ୍ପାଦକ କିଶୋର କିଙ୍କର ପଢିଆରୀ, ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଅକ୍ଷୟ ସାହୁ, କେନ୍ଦୁଆପଦା ସରପଚଂ ଇଂ. ପ୍ରମୋଦ ଜେନା, ପୂର୍ବତନ ସରପଚଂ ପୂର୍ଣ୍ଣ ଚନ୍ଦ୍ର ରାଉତ, ଆନନ୍ଦ ଚନ୍ଦ୍ର ଓଝା, କୃପାସିନ୍ଧୁ ସେଠୀ, ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ପ୍ରକାଶଚନ୍ଦ୍ର ସାହୁ, ଶିକ୍ଷାବିତ ଶୁଭେନ୍ଦ୍ର କୁମାର ମିଶ୍ର, ସୀତାରାମ ପତି, ବରୁଣ ନାୟକ, ପ୍ରଣବ ଲେଙ୍କା, ଆଲୋକ ରାଉତ ପ୍ରମୁଖ ସୁଗୃହିଣୀ ତଥା ସମାଜସେବିକା ଚଚଂଳା ନାୟକ ଓ ସଫଳ ଚାଷୀ ରାଜେନ୍ଦ୍ର ନାୟକଙ୍କ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌକତ ଖାନ୍, ବୁଟୁ ପଣ୍ଡା, କେଦାର ମହାନ୍ତି, ତପନ ମଜମୁଦାର, ଅରୂପ ମଲ୍ଲିକ, ବିଷ୍ଣୁ ପଣ୍ଡା, ମଦନମୋହନ ଦାଶ, ଗୋପାଳକୃଷ୍ଣ ଦାଶ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଲବଣୀଧାରା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା । ନାୟକ ପରିବାରର ଅମରେଶ, ସରେଶ, ଉମେଶ, ସୁବାଷ, କଳ୍ପତରୁ, ମାନସ,ରେବତୀ, କଳ୍ପନା, ମମତା, ସ୍ୱର୍ଣ୍ଣପ୍ରଭା,ରଞ୍ଜୁଲତା, ସରିତା, ଲକି,ଚକି, ମାନସ, ହିମାଶୁଂ, ଶଶିକାନ୍ତ, ମଂଟୁ ପ୍ରମୁଖ ସହଯୋଗ କରିଥିଲେ ।